ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ମାଲକାନଗିରି, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଗୁରୁବାର ସଂଧ୍ୟାରେ କେତେକ ଦୁର୍ବୃତ ଖଇରପୁଟ ଥାନା ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ।
ଖଇରପୁଟ ଛକ ଠାରେ ଥାନା ଏସ୍ଆଇ କୃଷ୍ଣ ଚନ୍ଦ୍ର ରଥ ଛିଡ଼ା ହୋଇଥିବା ବେଳେ ୬ଜଣ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନିଆଯାଇଥିଲା ଏବଂ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୂର୍ବରୁ ସଂପୃକ୍ତ ଅଧିକାରୀଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ତେବେ ଘଟଣା ପଛରେ ମାଓବାଦୀ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ହତ୍ୟା ପରେ ଏହି ବ୍ୟକ୍ତିମାନେ ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ପୋଲିସ କହିଛି ।
ଓଡ଼ିଶା ଡ଼ଟ୍ କମ୍