Site icon Odisha.com

ଆବଶ୍ୟକ ପୋଲିସ ନଥାଇ ପୋସ୍କୋ ଅଞ୍ଚଳରେ ନୂତନ ଥାନା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୨୩(ଓଡ଼ିଶା ଡ଼ଟ୍ କମ୍) ଆବଶ୍ୟକ କର୍ମଚାରୀ ତଥା ପୋଲିସ ଅଧିକାରୀଙ୍କ ନଥାଇ ପାରାଦ୍ଵୀପ ସ୍ଥିତ ଅଭୟଚନ୍ଦ୍ରପୁର ଠାରେ ଶୁକ୍ରବାର ଉ୍ଘାଟିତ ହୋଇଥିବା ନୂତନ ଥାନା ଲୋକ ଦେଖାଣିଆ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ପ୍ରସ୍ତାବିତ ପୋସ୍କୋ ତଥା ଇଣ୍ଡିଆନ ଅଏଲ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଗତ ପାଞ୍ଚ ବର୍ଷ ତଳେ ଏକ ଥାନା ପ୍ରତିଷ୍ଠା ପାଇଁ ସରକାର ନିଷ୍ପତି ନେଇଥିଲେ ।

ପୂର୍ବରୁ ଆଇଓସିଏଲ୍ ତିନୋଟି ଥାନା ଅଧିନରେ ଆସୁଥିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ବହୁତ ଅସୁବିଧା ହେଉଥିଲା । ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ୍ତ ସିଂହ ଏହାର ଉ୍ଘାଟନ କରିଛନ୍ତି ।

ଏହାଦ୍ୱାରାଲୋକଙ୍କ ଧନ ଜୀବନ ସୁରକ୍ଷିତ ହୋଇ ପାରିବ ଏବଂ ଏହା ଆଇଓସିଏଲ୍ ଓ ପୋସ୍କୋ
ଅଞ୍ଚଳ ସମେତ ବଗଡ଼ିଆ, ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗାଁ ପଞ୍ଚାୟତ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ସିଂହ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version