Site icon Odisha.com

ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀଙ୍କ ଅପହରଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ଅଶସସ୍ତ୍ର ମାଓବାଦୀମାନେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ଅପହରଣ କରିଦେଇଥିବା ପୋଲିସ ଶନିବାର କହିଛି ।

୩୭ ବର୍ଷ ବୟସ୍କ ହିକକା ଶୁକ୍ରବାର ରାତି ୧ଟାରେ ସେମିଳିଗୁଡ଼ାରୁ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହ ଫେରୁଥିବା ବେଳେ ଲକ୍ଷ୍ମୀପୁର- କୋରାପୁଟ ରାସ୍ତାର ତୟାପୁଟ ଠାରେ ଶତାଧିକ ମାଓବାଦୀ ତାଙ୍କୁ ଅଟକାଇଥିଲେ ।

ସେମାନେ ସୁରକ୍ଷା କର୍ମୀ ଏବଂ ଡ଼୍ରାଇଭରଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରିନେଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଓବାଦୀମାନେ ସେଠାରେ ପୋଷ୍ଟର ଛାଡ଼ି ଯାଇଛନ୍ତି ।

୧୩ ଦଫା ଦାବି ପୂରଣ ହେଲେ ବିଧାୟକଙ୍କୁ ଛାଡ଼ିିଆଯିବ ବୋଲି ସେଥିରେ ଉଲ୍ଲେଖ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version