Site icon Odisha.com

ବନୀକରଣ ଯୋଜନା ଅର୍ଥ ହଡ଼ପ, ମାମଲା ରୁଜୁ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୩(ଓଡ଼ିଶା ଡ଼ଟ୍ କମ୍) ଜାପାନ ସରକାର ଭଦ୍ରକ ସମୁନ୍ଦ୍ର ଉପକୂଳବର୍ତୀ ଅଞ୍ଚଳକୁ ଯୋଗାଇ ଦେଇଥିବା ଲକ୍ଷାଧିକ ଟଙ୍କାର ବନୀକରଣ ଅର୍ଥକୁ ବାଟମାରଣ କରିଥିବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ବାସୁଦେବପୁର ରେଞ୍ଜର ପୂର୍ଣ୍ଣାନନ୍ଦ ପତିଙ୍କ ନାମରେ ସମସ୍ତ ତଥ୍ୟ ଓ ପ୍ରମାଣ ସହ ବାଲେଶ୍ୱର ଭିଜିଲାନ୍ସ ଏସପି ସ୍ଥାନୀୟ କୋର୍ଟରେଦୁଇଟି ମୋକଦ୍ଧମା ରୁଜ୍ଜୁ କରିଛନ୍ତି ।

ସୂଚନାଯୋଗ୍ୟ ଜାପାନ ସରକାରଙ୍କ ଦ୍ୱାରାଜଙ୍ଗଲ ସୃଷ୍ଟି ପାଇଁ ବାସୁଦେବପୁରର ପାରାପୋଖରୀ
ଅଞ୍ଚଳକୁ ୧ଲକ୍ଷ ୬୧ହଜାର ୪୯୫ଗଛ ବାବଦକୁ ଆସିଥିବା ୨ଲକ୍ଷ ୩୦ହଜାର ୫୫୬ଟଙ୍କା ଓ ଖଟୁଆ ସାହିକୁ୧ଲକ୍ଷ ୪୫ହଜାର ୩ଶହ ଗଛ ବାବଦକୁ ଆସିଥିବା ୧ଲକ୍ଷ ୮୩ହଜାର ୭ଟଙ୍କାକୁ ମିଥ୍ୟା ବିଲ୍ ଜରିଆରେ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଭଦ୍ରକ ଭିଜିଲାନ୍ସ ଡ଼ିଏସ୍ପି ଗତ ୨୦୧୧ ଜୁନ ୭ରୁ ୨୧ ପର୍ଯ୍ୟନ୍ତ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version