Site icon Odisha.com

ଭଦ୍ରକ: ପୌରପାଳିକା, ଜନସ୍ୱାସ୍ଥ୍ୟ ବିଭାଗ ମୁହାଁମୁହିଁ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୩(ଓଡ଼ିଶା ଡ଼ଟ୍ କମ୍) ପାଣି ଟିକସକୁ ନେଇ ଭଦ୍ରକ ପୌରପାଳିକା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଏକ ଶୀତଳ ଯୁଦ୍ଧ ସୃଷ୍ଟି ହୋଇଛି ।

ଫଳରେ ଆଗାମୀଦିନରେ ସହରରେ ପାନୀୟ ଜଳ ଯେଗାଣକୁ ନେଇ ଏକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଂକା ପ୍ରକାଶ ପାଇଛି ।

ଭଦ୍ରକ ପୌରପାଳିକା ଉପରେ ବର୍ତମାନ ପର୍ଯ୍ୟନ୍ତ ୧୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟିକସ ବାକି ରହିଥିବା ବେଳେ ଏଥିପ୍ରତି ପୌରପାଳିକାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ପୌରପାଳିକା ମଧ୍ୟରେ ଜନସ୍ୱାସ୍ଥ୍ୟ ବିଭାଗର ପ୍ରାୟ ୧୦୦ରୁ ଅଧିକ ପଏଣ୍ଟ ରହିଛି । ଏହି ବାବରେ ପୌରପାଳିକା ଉପରେ ୧୧ଲକ୍ଷ ୧୦ହଜାର ଟଙ୍କରୁ ଅଧିକ ବାକି ପଡ଼ିଥିବାବେଳେ ସୁଲଭ
ଶୌଚାଳୟକୁ ଜଳ ଯୋଗାଣ କ୍ଷେତ୍ରରେ ପ୍ରାୟ ୪୬ହଜାର ଟଙ୍କା ବାକି ପଡ଼ିଛି ।

ଏହି ଟିକସ ଜନସ୍ୱାସ୍ଥ୍ୟ ବିଭାଗ ଖାତାରେ ଗତ ୧୦ ବର୍ଷରୁ ଉର୍ଦ୍ଧ୍ଵ ହେବ ପଡ଼ି ରହିଥିବା ବେଳେ
ଏଥିପ୍ରତି ପୌରପାଳିକା କର୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି ।

ତେବେ ଗତବର୍ଷ ୨ଲକ୍ଷ ଟଙ୍କା ଏହି ବାବଦକୁ ପ୍ରଦାନ କରାଯାଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ପଣ୍ଡା କହିଛନ୍ତି । ସମୟକ୍ରମେ ଆର୍ଥିକ ବଜେଟ୍କୁ ଦେଖି ବାକି ଅର୍ଥ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version