Site icon Odisha.com

ମ୍ୟାଟ୍ରିକ ପ୍ରଶ୍ନପତ୍ର ଚୋରି ଘଟଣାର କ୍ରାଇମବ୍ରାଂଚ ତଦନ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୩(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା କାକଟପୁର ସ୍ଥିତ ଏକ ସ୍କୁଲରୁ ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଶୁକ୍ରବାର ବିଧାନସଭାରେ ଏକ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ପ୍ରତାପ ଜେନା ଏହା କହିଛନ୍ତି । ତେବେ ଜୁନ୍ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ପଦକ୍ଷେପ
ନିଆଯିବ ବୋଲି ସେ କହିଛନ୍ତି ।

କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠରୁ ମଙ୍ଗଳବାର ରାତିରେ ମ୍ୟାଟ୍ରିକ ରେଗୁଲାର ପରୀକ୍ଷା ପ୍ରଶ୍ନପତ୍ର ଚୋରି ହେବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ମିଳିତ ନିଷ୍ପତି କ୍ରମେ ମ୍ୟାଟ୍ରିକ ପରୀକ୍ଷାକୁ ବାତିଲ କରିିଦିଆଯାଇଛି ।

କେବଳ ଆରମ୍ଭରୁ ହୋଇଥିବା ସାହିତ୍ୟ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା ଘୁଂଚାଇ ଦିଆଯାଇଛି । ତେବେ ଏକ୍ସରେଗୁଲାର ଓ ମଧ୍ୟମା ପରୀକ୍ଷା ଜାରି ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ପରୀକ୍ଷା ବାତିଲକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଅଭିଭାବକ ତଥା ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version