Site icon Odisha.com

ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଚଳିତ ଆର୍ଥିକ ବର୍ଷ ପାଇଁ ଉପଭୋକ୍ତାଙ୍କ ନିମନ୍ତେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିଛନ୍ତି ।

ବର୍ଦ୍ଧିତ ମୂଲ୍ୟ ଆସନ୍ତା ଅପ୍ରେଲ ୧ରୁ ଲାଗୁ ହେବ ବୋଲି ଶୁକ୍ରବାର ଆୟୋଗ ପକ୍ଷରୁ କୁହାଯାଇଛି । ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବର୍ତମାନ ଦେଉଥିବା ଶୁଳ୍ପ ଠାରୁ ୟୁନିଟ୍ ପିଛା ୮୦ ପଇସା ଅଧିକ ଦେବାକୁ ପଡ଼ିବ ।

ପୂର୍ବରୁ ଗତ ୨୦୧୧-୧୨ରେ ଆୟୋଗ ପକ୍ଷରୁ ୟୁନିଟ୍ ପିଛା ୨୦ରୁ ୨୫ ପଇସା ବୃଦ୍ଧି କରାଯାଇଥିବା ବେଳେ ହାଇକୋର୍ଟ ଏଥିରେ ରହିତାଶେ ଜାରି କରିଥିଲେ ।

ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍ ପାଇଁ ୧ଟଙ୍କା ୪୦ ପଇସା ଦେଉଥିବା ବେଳେବର୍ତମାନ ସେମାନଙ୍କୁ ୨ଟଙ୍କା ୨୦ ପଇସା ଦେବାକୁ ପଡ଼ିବ । ୫୧ ୟୁନିଟ୍ରୁ ୨୦୦ ୟୁନିଟ୍ ଯାଏଁ ୩ଟଙ୍କା ୫୦ ପଇସା ଥିବା ବେଳେ ଏହା ବର୍ତମାନ ୩ଟଙ୍କା ୯୦ ପଇସାକୁ ବୃଦ୍ଧି କରାଯାଇଛି ।

ପୂର୍ବରୁ ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୪ଟଙ୍କା ୩୦ ପଇସା ଥିବା ବେଳେ ବର୍ତମାନ ଏହା ୪ଟଙ୍କା
୯୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ୍ ପାଇଁ ୪ଟଙ୍କା ୮୦ ପଇସା ଥିବା ବେଳେ ଏହା ୫ଟଙ୍କା
୩୦କୁ ବୃଦ୍ଧି କରାଯାଇଛି ।

ଫ୍ଲାଟ, ଆପାର୍ଟମେଂଟ ଓ ବିଭିନ୍ନ କଲୋନୀରେ ରହୁଥିବା ବ୍ୟବହାରକାରୀମାନେ ପୂର୍ବରୁ ୟୁନିଟ୍ ପିଛା ୪ଟଙ୍କା ୨୦ ପଇସା େଉଥିବା ବେଳେ ବର୍ତମାନ ଏହା ୪ଟଙ୍କାକୁ ହ୍ରାସ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version