Site icon Odisha.com

ଘଟଣାସ୍ଥଳକୁ ଦୁଇ ମନ୍ତ୍ରୀଙ୍କୁ ପଠାଯାଇଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ଲକ୍ଷ୍ମୀପୁର ବିଧାୟକଙ୍କ ଅପହରଣ ପରେ ଘଟଣାସ୍ଥଳକୁ ଦୁଇ ଜଣ ମନ୍ତ୍ରୀ ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମକୁ କହିଛନ୍ତି ।

“ଭୋର ଗୋଟାଏ ବେଳେ ମାଓବାଦୀମାନେ ବିଧାୟକ ଝିନ ହିକକାଙ୍କୁ ତୟାପୁଟ୍ ଠାରୁ ଅପହରଣ କରିନେଇଛନ୍ତି । ବିଧାୟକଙ୍କ ନିରାପଦ ମୁକ୍ତି ପାଇଁ ଦୁଇ ଜଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ଲାଲ ବିହାରୀ ହିମିରିକାଙ୍କୁ ସେଠାକୁ ପଠାଯାଇଛି” ନବୀନ କହିଛନ୍ତି ।

ପରିସ୍ଥିତି ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିାମ୍ବରମ୍ ଙ୍କ ସହ ଆଲୋଚନା କରିଥିବା ବେଳେ ମୁଖ୍ୟ ଶାସନ ସଚିବ ମଧ୍ୟ କେନ୍ଦ୍ରଗୃହ ସଚିବଙ୍କୁ ଯୋଗାଯୋଗ କରିଛନ୍ତି, ସେ କହିଛନ୍ତି ।

ତେବେ ପୂର୍ବରୁ ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓ ମଧ୍ୟସ୍ଥିଙ୍କ ସହ ଚାଲିଥିବା
ଆଲୋଚନା ଜାରି ରହିବ ବୋଲି ସେ କହିଛନ୍ତି ।

୩୭ ବର୍ଷ ବୟସ୍କ ହିକକା ସେମିଳିଗୁଡ଼ାରୁ ଗାଡ଼ିରେ ଡ଼୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହ ଫେରୁଥିବା ବେଳେ ଲକ୍ଷ୍ମୀପୁର- କୋରାପୁଟ ରାସ୍ତାର ତୟାପୁଟ ଠାରେ ଶତାଧିକ ମାଓବାଦୀ ତାଙ୍କୁ ଅଟକାଇଥିଲେ ।

ସେମାନେ ସୁରକ୍ଷା କର୍ମୀ ଏବଂ ଡ଼୍ରାଇଭରଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରିନେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ହିକକା ପ୍ରଥମ ଥର ପାଇଁ ଲକ୍ଷ୍ମୀପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version