• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦୁଇଦିନ ପରେ ମଧ୍ୟ ବିଧାୟକଙ୍କ ସଂପର୍କରେ ସୂଚନା ନାହିଁ

March 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୫(ଓଡ଼ିଶା ଡ଼ଟ୍ କମ୍) ଅପହରଣର ଦୀର୍ଘ ଦୁଇଦିନ ପରେ ମଧ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

ବିଧାୟକଙ୍କ ଗାଡ଼ି ଡ଼୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ବୟାନକୁ ନେଇ ଏହା ମାଓବାଦୀଙ୍କ କାର୍ଯ୍ୟ ବୋଲି ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ଅନୁସଂଧାନ ଜାରି ରହିଛି ।

ବିଧାୟକଙ୍କୁ ଶୀଘ୍ର ଅକ୍ଷତ ଅବସ୍ଥାରେ ଛାଡ଼ି ଦେବା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ମାଓବାଦୀଙ୍କୁ ନିବେଦନ କରିଛନ୍ତି । ହିକକା ଜଣେ ଲୋକପ୍ରୀୟ ଆଦିବାସୀ ନେତା ହୋଇଥିବାରୁ ମାଓବାଦୀମାନେ ତାଙ୍କୁ ଛାଡ଼ି ଦେବେ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସଚିବାଳୟରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂପର୍କରେ ଆଲୋଚନା କରିଛନ୍ତି ।

ହିକକାଙ୍କ ମୁକ୍ତି ପାଇଁ ମାଓବାଦୀ ସଂଗଠନ ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ ସରକାରଙ୍କ ନିକଟରେ କୌଣସି
ଦାବି ଉପସ୍ଥାପନ କରାଯାଇ ନାହିଁ ।

ବିଧାୟକଙ୍କ ମୁକ୍ତି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ର୍ୟାଲି କରାଯାଉଥିବା ବେଳେ ଲକ୍ଷ୍ମୀପୁର ଅଂଚଳବାସୀ ଓ ବିଧାୟକଙ୍କ ପରିବାର ଲୋକେ ତାଙ୍କୁ ସୁରକ୍ଷିତ ଭାବେ ଛାଡ଼ିବୋ ପାଇଁ ନିବେଦନ କରିଛନ୍ତି ।

ଶନିବାର ମଧ୍ୟରାତ୍ରରେ ବିଧାୟକ ନିଜଗାଡ଼ିରେ ଡ଼୍ରାଇଭର ଏବଂ ସୁରକ୍ଷା କର୍ମୀଙ୍କ ସହ ସେମିଳିଗୁଡ଼ାରୁ ଘରକୁ ଫେରୁଥିବା ବେଳେ ତୟାପୁଟ ଠାରେ ମାଓବାଦୀମାନେ ତାଙ୍କୁ ଅଟକାଇଥିଲେ ।

ପରେ ସେମାନେ ଡ଼୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରି ନେଇଯାଇଥିଲେ ।

ତୟାପୁଟ ପଞ୍ଚାୟତ ଡୁମୁରିପଦର ଗାଁର ହିକକା ପ୍ରଥମ ଥର ପାଇଁ ୨୦୦୯ ବିଧାନସଭା ନିର୍ବାଚନରେ ଲକ୍ଷ୍ମୀପୁର ଆସନରୁ ପ୍ରତିଦ୍ଵନ୍ଦିତା କରି ବିଜୟୀ ହୋଇଥିଲେ । ତାଙ୍କ ପତ୍ନୀ କୌଶଲ୍ୟା ମାଝି ଜଣେ ପ୍ରାଥମିକ ଶିକ୍ଷୟିତ୍ରୀ ଓ ତାଙ୍କର ଦୁଇ ପୁଅ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅପହରଣ, କୋରାପୁଟ, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version