Site icon Odisha.com

ଆଇନ ପେଶା ଉପରେ ଆଗ୍ରହ ପାଇଁ ତାଲିମ କାର୍ଯ୍ୟକ୍ରମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ଯୁବ ଆଇନ୍ ଛାତ୍ରଛାତ୍ରୀଙ୍କୁ ଆଇନଗତ ପେଶା ଦିଗରେ ଆଗ୍ରହ ବୃଦ୍ଧି ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଓ ବାର କାଉନ୍ସିଲ୍ ଅଫ୍ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ଆଇନ୍ ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ ନିଜକୁ କିପରି ପ୍ରସ୍ତୁତ କରିବେ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଗ୍ରାମ୍ୟ ନ୍ୟାୟାଳୟ ଆଇନ୍ ଇତି ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସଚେତନତା ଅଭାବରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ବୋଲି ବିଶିଷ୍ଟ ଆଇନ୍ ଶିକ୍ଷାବିତ୍ ଡ. ମାଧବ ମେନନ୍ କହିଥିଲେ ।

ଉଦଘାଟନ ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଆଇନ୍ର ଭାଷା ଇଂରାଜୀ ବୋଲି କହିବା ସହ ଆଇନ୍ର ସମସ୍ତ ଅଧ୍ୟାୟ ଇଂରାଜୀରେ ଲେଖାଯାଇଛି ଏବଂ ସମସ୍ତ ଉପସ୍ଥାପନା ଇଂରାଜୀ ଭାଷାରେ ହିଁ ହେବା ଉଚିତ ବୋଲି କହିଥିଲେ ।

ସେହିପରି ଜଣେ କେବଳ ଓକିଲାତି ପଢ଼ିଲେ ସେ ଓକିଲ ହୋଇଯାଏ ନାହିଁ । ଭଲ ଓକିଲ ହେବା ପାଇଁ
ଇଂରାଜୀ ଜ୍ଞାନର ଯେତିକି ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଆଇନଜୀବି ତଥା ରାଜ୍ୟସଭା ସାଂସଦ ରାମ ଜେଠମାଲାନୀ କହିଥିଲେ ।

ଏହାସହ ସାଂପ୍ରତିକ ସାମାଜିକ ଘଟଣାବଳୀ ଉପରେ ନଜର, ଉପସ୍ଥିତି ବୁଦ୍ଧି ଓ ସାଧାରଣ ଜ୍ଞାନରସେତିକି ଆବଶ୍ୟକତା ରହିଛି, ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁପ୍ରିମକୋଟର ବରିଷ୍ଠ ଆଇନଜୀବୀ ଫଲି. ଏସ୍ ନରିମନ, ଓଡ଼ିଶା ବାରକାଉନସିଲ ଅଧ୍ୟକ୍ଷ ଗୋପାଳ କୃଷ୍ଣ ମହାନ୍ତି, କିଟ୍ ଆଇନ ସ୍କୁଲ୍ ନିର୍ଦ୍ଦେଶକ ପ୍ରଫେସର ଏନ୍ ଚକ୍ରବର୍ତୀ ଅଷ୍ଟ୍ରେଲିଆର ବିଶିଷ୍ଟ ଆଇନଜୀବୀ ଷ୍ଟେଫାନୋ କାର୍ଡନାଲ୍, ବାଂଲାଦେଶର ବିଶିଷ୍ଟ ଆଇନଜୀବୀ ଡ. କମଲ ହୁସେନ୍ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version