Site icon Odisha.com

ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ୬ମାସ ଜେଲ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ଚେକ୍ ବାଉନ୍ସ ମାମଲାର ବିଚାର କରି ଭଦ୍ରକର ସ୍ୱତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୋମବାର ଅଭିଯୁକ୍ତକୁ ୬ବର୍ଷ ସଶ୍ରମ କାରାଦଣ୍ଡ ସହ ୧ଲକ୍ଷ ୨୪ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଭଣ୍ଡାରି ପୋଖରୀ ଥାନା ମୋବାରକପୁର ଗ୍ରାମର ସତ୍ୟବ୍ରତ ପତି ପାଟୁଳି ଗ୍ରାମର ନରେନ୍ଦ୍ର ପଣ୍ଡାଙ୍କୁ ନିଜର ବନ୍ଧୁ ହିସାବରେ ୭୦ହଜାର ଟଙ୍କା ଧାର ଦେଇଥିଲେ । ଏଥିପାଇଁ ସେ ଏକ ଚେକ ୨୦୧୧ଫେବୃୟାରୀ ୧୫ତାରିଖରେ ପ୍ରଦାନ କରିଥିଲେ ।

ମାତ୍ର ପଣ୍ଡା ନିର୍ଦ୍ଧାରିତ ସମୟରେ ଉକ୍ତ ଟଙ୍କା ଫେରସ୍ତ ନକରିବାରୁ ପତି ଭଦ୍ରକ ସ୍ୱତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପୂର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ଅଦାଲତରେ ମାମଲା ରୁଜୁ କରିଥିଲେ ।

ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚଣ୍ଡିଗାଁ ଗ୍ରାମର ସୁଧାଂଶୁ ଶେଖର ରାଉତ ଯାଜପୁର ଜିଲ୍ଲା ରାଣୀ ରାମଚନ୍ଦ୍ରପୁର ଗ୍ରାମର ସେକ୍ ହୋସେନକୁ ବ୍ୟବସାୟିକ ସଂପର୍କ ନେଇ ୭୬ ହଜାର ଟଙ୍କା ପ୍ରଦାନ କରିଥିଲେ ।

ଏଥିପାଇଁ ହୋସେନ ଗତ ୨୦୧୦ ଜାନୁୟାରୀ ୫ରେ ଓ ଜୁନ୨୭ରେ ୨୩ହଜାର ଲେଖାଁଏ ୭୬ହଜାର ଟଙ୍କାର ଦୁଇଟି ଚେକ୍ ଦେଇଥିଲେ ।

ତେବେ ରାଉତ ଆଇନ ଅନୁଯାୟୀ ତାଙ୍କର ଦାବିପତ୍ର ଉପଯୁକ୍ତ ଠିକଣାରେ ପଠାଇନଥିବାରୁ କୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦେଶରେ ଖଲାସ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version