Site icon Odisha.com

ମାଓ କ୍ୟାମ୍ପରୁ ଅପହୃତ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରା ଅପହରଣର ଦୁଇଦିନ ପରେ ସୋମବାର ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ପତ୍ର ଗଣମାଧ୍ୟମର ହସ୍ତଗତ ହୋଇଛି ।

ଏହି ଚିଠିରେ ବିଧାୟକ ହିକକା ମାଓବାଦୀ କ୍ୟାମ୍ପରେ ସୁରକ୍ଷିତ ଥିବା ଜଣାଇଛନ୍ତି । ପୋଲିସ ତାଙ୍କ ନିଜ ସ୍ୱାର୍ଥରେ କୁମ୍ବିଂ ବନ୍ଦ କରୁ । ପଦଯାତ୍ରା ଓ ର୍ୟାଲି ମଧ୍ୟ ବନ୍ଦ ହେଉ । ମାଓବାଦୀ ମାନଙ୍କର ଦାବି ଶୀଘ୍ର ପୂରଣ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି ।

କୋରାପୁଟ ଓ ମାଲକାନଗିରି ଜେଲ୍ ରେ ଥିବା ମାଓବାଦୀ ଓ ଚାଷୀ ମୂଲିଆ ଆଦିବାସୀ ସଂଘ ଲୋକଙ୍କୁ ଖଲାସ କରିନିର୍ଦ୍ଧିଷ୍ଟ ସ୍ଥାନରେ ସେମାନେ ଚାହୁଁଥିବା ଅନୁଯାୟୀ ଛଡ଼ା ଯାଉ । ଏହି ଦାବି ଗୁଡ଼ିକ ପୂରଣ ହେଲେ ‘ମୁଁ ସୁରକ୍ଷିତ ଅବସ୍ଥାରେ ଫେରିବି’ ବୋଲି ହିକକାଙ୍କ ପତ୍ରରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version