Site icon Odisha.com

ଅପ୍ରେଲ ୧୭ରୁ ମ୍ୟାଟ୍ରିକ ପରୀକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ପ୍ରଶ୍ନପତ୍ର ଚୋରି ପରେ ବାତିଲ ହୋଇ ଯାଇଥିବା ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ଅପ୍ରେଲ ୧୭ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଚାଲିବ ବୋଲି ମଙ୍ଗଳବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ପରିଷଦ ଦ୍ୱାରାପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଚୋରି ହୋଇଥିଲା ।

ପ୍ରଥମଦିନ ରେଗୁଲାର ପରୀକ୍ଷାର୍ଥୀଙ୍କ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ସରକାର ପରୀକ୍ଷା ବାତିଲ କରିଥିଲେ ।

ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା
ବେଳେ କ୍ରାଇମବ୍ରାଂଚ ଏହାର ତଦନ୍ତ କରୁଛି । ପରୀକ୍ଷା ବାତିଲକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଅଭିଭାବକ ତଥା ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version