Site icon Odisha.com

ଉପକୂଳ ସୁରକ୍ଷା ଉପରେ ତଟରକ୍ଷୀ ମହାନିର୍ଦ୍ଦେଶକଙ୍କ ସମୀକ୍ଷା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୨୮(ଓଡ଼ିଶା ଡ଼ଟ୍ କମ୍) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ତଟରକ୍ଷୀ ବାହୀନୀ ମହାନିର୍ଦ୍ଦେଶକ ବୁଧବାର ପାରାଦ୍ଵୀପ ଠାରେ ଉପକୂଳ ଏବଂ ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ଉପରେ ସମୀକ୍ଷା କରିଛନ୍ତି ।

ଭାଇସ ଆଡ଼ମିରାଲ ଏମ୍.ପି ମୂରଲୀଧରନ୍ ଉପକୂଳର ସୁରକ୍ଷା ସୁଦୃଢ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ନିର୍ମାଣ କାର୍ଯ୍ୟ ନେଇ ତଟରକ୍ଷୀ ଅଧିକାରୀ ଏବଂ ଯବାନ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହୀନୀ ଦ୍ୱାରାବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ଆଲୋଚନା ସମୟରେ ପାରାଦ୍ଵୀପରେ ଅବସ୍ଥାପିତ ତଟରକ୍ଷୀ ବାହୀନୀ ଡ଼ିଆଇଜି କେପିଏସ୍ ରଘୁବଂଶି କହିଛନ୍ତି ।

କଇଁଛଙ୍କ ଅଣ୍ଡାଦାନ ସମୟରେ ଗହିରମଥାରେ ବେଆଇନ ଭାବେ ଚଳାଚଳ କରୁଥିବା ଟ୍ରଲର ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଅପରେଶନ ଅଲିଭର ଆରମ୍ଭ କରାଯାଇଛି, ସେ କହିଛନ୍ତି ।

ଉପକୂଳ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ମୁରଲୀଧରନ୍ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଭାରତୀୟ ତଟରକ୍ଷୀ ବାହୀନୀ ଦ୍ୱାରାକାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସେ ଆସନ୍ତାକାଲି ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version