Site icon Odisha.com

ଶିଳ୍ପ ବିକାଶ ନେଇ ବିଶ୍ୱବ୍ୟାଙ୍କ ସଭାପତିଙ୍କ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଆନୁସଙ୍ଗିକ ଶିଳ୍ପର ବିକାଶ କ୍ଷେତ୍ରରେ ବିଶ୍ୱ ବ୍ୟାଙ୍କ କିପରି ସହାୟତା କରିପାରିବ ସେ ନେଇ ବୁଧବାର ବିଶ୍ୱବ୍ୟାଙ୍କ ସଭାପତି ରବର୍ଟ ବି. ଜୋଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।

ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ ହେଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଉଭୟଙ୍କ
ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଜୋଲିକ ଓଡ଼ିଶାରେ ଅର୍ଥନୈତିକ ବିକାଶ, ଦୃଢ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଛନ୍ତି ।

ସେହିପରି ରାଜ୍ୟରେ ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା ଯୋଜନା ସୁଚାରୁ ରୂପେ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଜୋଲିକଙ୍କୁ ଓଡ଼ିଶୀ ନାମକ ଏକ ପୁସ୍ତକ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ଆଲୋଚନା ପରେ ବିଶ୍ୱବ୍ୟାଙ୍କ ସଭାପତି ଏବଂ ତାଙ୍କ ସହ ଆସିଥିବା ଅନ୍ୟମାନେ ଏକାମ୍ର ବନ ପରିଦର୍ଶନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version