Site icon Odisha.com

ଅଧିକାରୀଙ୍କ ଯୋଗୁଁ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ

ଡ଼ଟ୍ କମ୍ : ସ୍ନିଗ୍ଧା ରୟ

ଭଦ୍ରକ, ମାର୍ଚ୍ଚ ୨୮(ଓଡ଼ିଶା ଡ଼ଟ୍ କମ୍) ସରକାର ରାଜ୍ୟରେ ବିପିଏଲ୍ ପରିବାରର ଆର୍ଥିକ ମାନଦଣ୍ଡ ଦୃଢ଼ କରିବାକୁ ଚେଷ୍ଟା କରୁଥିବା ବେଳେ କେତେକ ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ସେ ସମସ୍ତ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି ।

ବିପିଏଲ ହିତାଧିକାରୀ ମାନଙ୍କ ପାଇଁ ଡ଼ାକ୍ତରଖାନା ମାନଙ୍କରେ ମାଗଣାରେ ଔଷଧ ବଂଟନର ବ୍ୟବସ୍ଥା ରହିଛି । ଯଦି ଉକ୍ତ ଔଷଧ ଡ଼ାକ୍ତରଖାନାରେ ଉପଲବ୍ଧ ନଥିବ,ତେବେ ଗରୀବ ରୋଗୀ ମାନଙ୍କୁ କମଦାମ ଓ ଭଲ କମ୍ପାନୀର ଔଷଧ ଲେଖିବାର ନିୟମ ରହିଛି ।

କିନ୍ତୁ ଏ ସମସ୍ତ ବ୍ୟବସ୍ଥାକୁ ବେଖାତିର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଜଣେ ଡ଼ାକ୍ତର ଲାଭଖୋର ମନୋବୃତ୍ତି ରଖି ଗ୍ରାମାଂଚଳରୁ ଆସୁଥିବା ରୋଗୀ ମାନଙ୍କୁ ନିମ୍ନମାନର ଔଷଧ ଲେଖି ବୁଧବାର ହଟହଟାର ସମ୍ମୁଖୀନ ହୋଇଛନ୍ତି ।

ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ନୂଆଗାଁ ଗ୍ରାମର ଅମୂଲ୍ୟ ନାୟକ ଦାର୍ରି୍ୟ ସୀମା ରେଖାତଳେ ବସବାସ
କରୁଛନ୍ତି । ନାୟକଙ୍କ ପତ୍ନୀ ସରଥୀ ନାୟକଙ୍କୁ ଗତ ୨୪ତାରିଖ ଏକ ବିଷଧର ସର୍ପ କାମୁଡ଼ିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଭର୍ତି କରାଯାଇଥିଲା ।

ତାଙ୍କୁ ଚିକିତ୍ସା କରୁଥିବା ସଂପୃକ୍ତ ଡ଼ାକ୍ତର ଡ଼ାକ୍ତରଖାନାରୁ ମିଳୁଥିବା ମାଗଣା ଔଷଧ ଦେବା ପରିବର୍ତେ ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଔଷଧ ଏକ ନିର୍ଦ୍ଧିଷ୍ଟ ଦୋକାନରୁ କ୍ରୟ କରିବାକୁ ବାଧ୍ୟ କରିଥିଲେ ।

ବର୍ତମାନ ସୁଦ୍ଧା ନାୟକ ୧୦ହଜାରରୁ ଉଦ୍ଧ୍ୱର୍ ଟଙ୍କାର ଔଷଧ କିଣିସାରିଥିଲେ ମଧ୍ୟ ତାଙ୍କର ସ୍ତ୍ରୀ ସଂପୂର୍ଣ୍ଣ
ଆରୋଗ୍ୟ ହୋଇ ନାହାନ୍ତି ।

ତେଣୁ ଏପରି ଲାଭଖୋର ମନୋବୃତ୍ତି ରଖିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁନୁଷ୍ଠାନ ଗ୍ରହଣ କରିବାକୁ ନାୟକ ଚିକିତ୍ସାଧିକାରୀଙ୍କୁ ଜଣାଇବା ସହ ଏହି ଅଭିଯୋଗ ପତ୍ରର ନକଲ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିଜୁ ଛାତ୍ର ଜନତାର ସଭାପତିଙ୍କୁ ପ୍ରଦାନ କରିଥିଲେ । ।

ଶେଷକୁ ପରିସ୍ଥିତି ଏଭଳି ଅସମ୍ଭାଳ ହୋଇଥିଲାଯେ ସଂପୃକ୍ତ ଡ଼ାକ୍ତରଙ୍କୁ ଲୋକଙ୍କ ମାଡ଼ରୁ ରକ୍ଷା କରିବାକୁ ଯାଇ କେତେକ ବିଭାଗୀୟ ଉଚ୍ଚ ପାଧିକାରୀ ଘଟଣାସ୍ଥଳରେ ପହଂଚି ନିଜକୁ ଲଜ୍ଜିତ ମନେ କରିଥିଲେ ।

ସଂପୃକ୍ତ ଡ଼ାକ୍ତରଙ୍କ ମାନସିକତାରେ କୌଣସି ପରିବର୍ତନ ନହେବାରୁ ସେମାନେ ଜିଲାପାଳଙ୍କ ଜରିଆରେ ସରକାରଙ୍କ ନିକଟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇ ପତ୍ର ଦେଇଛନ୍ତି ।

ଫଳରେ ଆସନ୍ତା ୩ତାରିଖ ସୁଦ୍ଧା ଏହାର କୌଣସି ସମାଧାନ ନହେଲେ ଛାତ୍ରମାନେ ଜାତୀୟ ରାଜପଥ
ଅବରୋଧ କରିବା ସହ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version