Site icon Odisha.com

ପଣ୍ୟ ଖଲାସରେ ଧାମରା ବନ୍ଦରର ନୁଆ ରେକର୍ଡ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଧାମରା ବନ୍ଦର ପକ୍ଷରୁ ଏମ୍ .ଭି ଆଲ୍ଫା ଫ୍ରେଣ୍ଡ୍ସିପ୍ ନାମକ ଏକ ଜାହାଜରୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ୯୮,୧୧୯ ମେଟ୍ରିକ ଟନ୍ର ନନ୍ କୁକିଙ୍ଗ୍ କୋଲ୍ ଖଲାସ କରାଯାଇ ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ଭିସା ରିସୋର୍ସ ଇଣ୍ଡିଆ ଲିମିଟେଡ୍, ମୈଥାନ୍ ଇସ୍ପାତ୍ ଲିମିଟେଡ ଏବଂ କ୍ୟୁରି ଓରେମିନ୍ ଲିମିଟେଡ ପାଇଁ ୧,୪୮,୧୦୩ ମେଟ୍ରିକ ଟନ୍ କୋଇଲା ନେଇ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏମ୍ .ଭି ଆଲ୍ଫା ଫ୍ରେଣ୍ଡ୍ସିପ୍ ଜାହାଜଟି ଗତ ୨୭ରେ ଧାମରା ବନ୍ଦର ଠାରେ ପଣ୍ୟ ଖଲାସ କରିବା ଆରମ୍ଭ କରିଥିଲା ।

ଜାହାଜରୁ ସର୍ବାଧିକ ପଣ୍ୟ ଖଲାସ କରିବାରେ ରେକର୍ଡ ହାସଲ କରିବା ସହ ଧାମରା ବନ୍ଦର ଦୈନିକ ୮-୯ ରେକ୍ ପଣ୍ୟ ରେଳ ଯୋଗେ ପଠାଇଥାଏ ।

ଧାମରା ବନ୍ଦର ଏଲ୍ଆଣ୍ଡ୍ଟି ଏବଂ ଟାଟା ଷ୍ଟିଲ୍ର ଏକ ଯୌଥ ଉଦ୍ୟୋଗ । ଧାମରା ବନ୍ଦର ଏହାର
ବାଣିଜ୍ୟିକ କାରବାର ୨୦୧୧ ମଇ ୬ରେ ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ ମୋଟ ୮୨ରୁ ଉର୍ଦ୍ଧ୍ଵ ଜାହାଜ ଧାମରା ବନ୍ଦରରେ ଲାଗିଥିବା ବେଳେ, ତନ୍ମଧ୍ୟରେ ୧୨ଟି କେପ୍ସାଇଜ୍ ଜାହାଜ ଅନ୍ତର୍ଭୁକ୍ତ ।

ଓଡ଼ିଶା ଡ଼ଟ୍ କମ୍

Exit mobile version