Site icon Odisha.com

୪ଦଫା ଦ।ବିରେ ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଚାରି ଦଫା ଦ।ବିରେ ଭଦ୍ରକ ଜିଲ୍ଲାର ୧୬ ଜଣ ପ୍ରାଣୀ ଚିକିତ୍ସକ ଓ ସହକାରୀ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଗୁରୁବାର ଠାରୁ କଳାବ୍ୟାଜ ପରିଧାନ କରି ସମୂହ ଛୁଟିରେ ଯାଇଛନ୍ତି ।

ଷଷ୍ଠ ବେତନ କମିଶନ ସୁପାରିସ ଅନୁଯାୟୀ ରାଜ୍ୟର ଅନ୍ୟ ଡ଼ାକ୍ତର ଓ ପ୍ରାଣୀ ଚିକିତ୍ସକ ସମାନ ବର୍ଗର ହୋଇଥିବା ବେଳେ ସରକାର ଅନ୍ୟ ଡ଼ାକ୍ତରଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ପ୍ରଦାନ କରିଛନ୍ତି ।

କିନ୍ତୁ ପ୍ରାଣୀ ଚିକିତ୍ସକଙ୍କୁ ତାହା ଦେଇ ନାହାନ୍ତି ବୋଲି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ ଭଦ୍ରକ ଶାଖା ପକ୍ଷରୁ କୁହାଯାଇଛି ।

ଠିକା ଭିତ୍ତିକ ପ୍ରାଣୀ ଚିକିତ୍ସକ ମାନଙ୍କୁ ନିୟମିତ କରିବା, ପ୍ରାଣୀ ଚିକିତ୍ସକଙ୍କୁ କ୍ୟାଡ଼ର ଭିତ୍ତିକ କରିବା, ଠିକା ନିଯୁକ୍ତି ବଳରେ ଆଡ଼ହକ ଆଧାରରେ ନିଯୁକ୍ତି ପାଇଁ ସେମାନେ ଦ।ବି କରିଛନ୍ତି ।

ପ୍ରତ୍ୟେକ ପ୍ରାଣୀ ଚିକିତ୍ସକ ଯୁକ୍ତ ୨ ପାସ କରି ୫ବର୍ଷ ପାଠ ପଢ଼ିବାପରେ ଡ଼ିଗ୍ରୀ ହାସଲ କରୁଥିବା ବେଳେ ଅନ୍ୟ ଡ଼ାକ୍ତରମାନେ ମଧ୍ୟ ଅନୁରୂପ ଢ଼ଙ୍ଗରେ ଡ଼ିଗ୍ରୀ ହାସଲ କରୁଛନ୍ତି । ତେଣୁ ସରକାରଙ୍କ ଏପ୍ରକାର ବୈମାତୃକ ମନୋଭାବକୁ ସଂଘ ଦୃଢ଼ ବିରୋଧ କରିଛି ବୋଲି ଡ଼ାକ୍ତର ନିର୍ମଳ ଦ।ସ କହିଛନ୍ତି ।

ବ୍ୟକ୍ତିଗତ ଅସୁବିଧା ପାଇଁ ଛୁଟି ନେବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ବିନା ଦରଖାସ୍ତରେ କୌଣସି ଡ଼ାକ୍ତର ଛୁଟିରେ ଥିବା ମୋ ନଜରକୁ ଆସିଲେ ନିଶ୍ଚିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଦେବବ୍ରତ ରଥ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version