Site icon Odisha.com

ଗୋଷ୍ଠୀ ସଂଘର୍ଷରେ ଚାରି ଗୁରୁତର, ଘର ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଅଂଚଳରେ ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ଉତ୍ୟକ୍ତ ଲୋକମାନେ ୫୦ଟି ଘର ପୋଡ଼ି ଦେଇଥିବା ପୋଲିସ କହିଛି ।

ବଡଚାନ୍ଦିଲି ଗାଁର ଜଣେ ଆଦିବାସୀ ଛାତ୍ରୀ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ କଳାହାଣ୍ଡିପଡାର ଜଣେ ହରିଜନ ଯୁବକ ତାଙ୍କୁ କମେଂଟ ମାରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ପ୍ରଥମେ ବଚସା ଓ ଗଣ୍ଡଗୋଳ ହୋଇଥିଲା ଓ ଏହା ସଂଘର୍ଷର ରୂପ ନେଇଥିଲା ।

ପଥର ଢେଲାମାଡ଼ରେ ବଡ଼ଚାନ୍ଦିଲି ଗ୍ରାମର ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ କଳାହାଣ୍ଡି ପଡ଼ା-ନୂଆପଡ଼ା ଗ୍ରାମରେ କେତେକ ଲୋକ ୫୦ଟି ଘରେ ନିଅାଁ ଲଗାଇ ଦେଇଛନ୍ତି ।

ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ସଂପୃକ୍ତ ଅଂଚଳରେ ଉତ୍ତେଜନା ଲାଗି ରହିଥିବାରୁ ପାଂଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version