Site icon Odisha.com

ସୁରକ୍ଷା ମଧ୍ୟରେ ଶ୍ରୀରାମ ନବମୀ କଳସ ଶୋଭାଯାତ୍ରା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଐତିହାସିକ ଶ୍ରୀରାମ ନବମୀ ଉପଲକ୍ଷେ ଗୁରୁବାର ଭଦ୍ରକ ଠାରେ ଶତାଧିକ ମହିଳାଙ୍କର ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ଏହି ଶୋଭାଯାତ୍ରାରେ ସହର ଓ ଗ୍ରାମାଞ୍ଚଳର ବହୁ ମହିଳା ଯୋଗ ଦେଇଥିବା ବେଳେ ମହାଯଜ୍ଞ ସମିତି ଆନୁକୂଲ୍ୟରେ ତିନିଦିନ ଧରି ଶ୍ରୀରାମ ନବମୀ ଅନୁଷ୍ଠିତ ହେବ ।

ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଶ୍ରୀରାମ ଯଜ୍ଞ କମିଟିର ସଭାପତି ରାୟ ରାମାନନ୍ଦ ମହାପାତ୍ର, ଉପଦେଷ୍ଟା ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଷ୍ଣୁ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ଏହି ଅବସରରେ ପୁଲିସ ପ୍ରଶାସନ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ପୋଲିସ ଅଧିକାରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version