• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜିଲ୍ଲା ପ୍ରତିଷ୍ଠାର ୧୯ବର୍ଷ ପରେ ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ

March 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ୧୯୯୩ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ଭାଙ୍ଗି ୩୦ଟି ଜିଲ୍ଲା ପ୍ରତିଷ୍ଠା କରାଯାଇଥିବା ବେଳେ ଦୀର୍ଘ ୧୯ ବର୍ଷ ପରେ ମଧ୍ୟ ବରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ଭଡ଼ାଘରେ ଚାଲିଛି ।

ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ ରହିବେ ଏବଂ ତାଙ୍କ ଅଧିନରେ ସମସ୍ତ କାର୍ଯ୍ୟାଳୟ ଓ ଅଧିକାରୀ ସାଧାରଣ ଲୋକଙ୍କ କଥା ବୁଝିବା ସହିତ ବିଭିନ୍ନ ସରକାରୀ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇବା ଜିଲ୍ଲା ଗଠନର ଉଦ୍ଦେଶ୍ୟ ଥିଲା ।

ମାତ୍ର ଇତି ମଧ୍ୟରେ ବରଗଡ଼ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାରେ ୧୯ବର୍ଷ ବିତି ଜାଇଥିଲେ ହେଁ ସେଗୁଡ଼ିକ ଜିଲ୍ଲାବାସୀଙ୍କ ପାଇଁ ସ୍ୱପ୍ନହୋଇ ରହିଯାଇଛି ।

ଅପ୍ରେଲ ୧ ଉତ୍କଳ ଦିବସ ସହିତ ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଉକ୍ତଦିନ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରଙ୍ଗୀନ ଆଲୋକମାଳାରେ ଝଲସିବ । ଚାରିଆଡ଼େ ଚାଲିବ ଭାଷଣବାଜି ଓ ଜମିବ ନାଚଗୀତର ଆସର ।

ମାତ୍ର ଜିଲ୍ଲା ପ୍ରତିଷ୍ଠା ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଜିଲ୍ଲାର ଅଧିକାଂଶ କାର୍ଯ୍ୟାଳୟ ଭଡ଼ାଘରେ ଚାଲୁଛି ଏବଂ ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଅପଚୟ କରାଯାଉଛି ।

ବିଶେଷକରି ଜିଲ୍ଲା ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ, ମତ୍ସ୍ୟବିଭାଗ କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, ଶ୍ରମ ନିୟୋଜନ କାର୍ଯ୍ୟାଳୟ, ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ଡ୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାଳୟ, ଚକବନ୍ଦୀ କାର୍ଯ୍ୟାଳୟ, ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ ଆଦି ଆଜି ମଧ୍ୟ ଭଡ଼ାଘରେ ଚାଲୁଛି ।

ଜିଲ୍ଲାରେ ପାଣିପାଗ ସମ୍ପର୍କୀତ ତଥ୍ୟ ଜାଣିବା ପାଇଁ ନା ଅଛି ପାଣିପାଗ ବିଭାଗ ନା ଅଛନ୍ତି ଅଧିକାରୀ । ସେହିପରି ଲୋକମହୋତ୍ସବ, ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଭଳି ବିଭିନ୍ନ ଜାତୀୟସ୍ତରୀୟ ନାଟକ ମହୋତ୍ସବ ଆଦିର ଆୟୋଜନ କରାଯାଉଥିବା ବେଳେ ଜିଲ୍ଲାରେ ଏଯାଏଁ ଜଣେ ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇପାରି ନାହିଁ ।

ଟାଉନ୍ ପ୍ଲାନିଂ, ଡ୍ରଗ୍ସ କଣ୍ଟ୍ରୋଲର୍, ଚକବନ୍ଦୀ ପରି ଅନେକ କାର୍ଯ୍ୟାଳୟରେ ଜଣେ ଜଣେ ଅଧିକାରୀଦୁଇଟି ଜିଲ୍ଲାର ଦାୟିତ୍ୱରେ ରହିଛନ୍ତି । ବରଗଡ଼ ଜିଲ୍ଲାର କେତେକ ସ୍ୱେଚ୍ଛାସେବୀ ଓ ସଚେତନ ନାଗରିକଙ୍କ ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଥିବା ଜିଲ୍ଲା ସଂଗ୍ରହାଳୟ ଏବେ ନିଶ୍ଚିହ୍ନ ହୋଇଯାଇଛି ।

ସଂଗ୍ରହାଳୟରେ ଥିବା ବହୁ ପରାତନ, ମୂଲ୍ୟବାନ ଦୁର୍ଲଭ ସାମଗ୍ରୀ ସବୁକୁ ଏପରିଭାବେ ଆଣି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାରର କେଉଁ କୋଣରେ ଫୋପାଡ଼ି ଦିଆଯାଇଛି ।

ଯାହାର ଆଉ କିଛି ଖୋଜଖବର ନାହିଁ । ଜିଲ୍ଲା ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଜିଲ୍ଲାର ବରପୁତ୍ର, ଦୟା, ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇପାରି ନାହିଁ ।

ତତ୍କାଳୀନ ଜିଲ୍ଲାପାଳଙ୍କ ସମୟରେ ସ୍ଥାନୀୟ ଗାନ୍ଧୀ ଛକଠାରେ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ମାନଙ୍କର ପ୍ରସ୍ତର ଖୋଦିତ ନାମ ତାଲିକା ଲଗାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ମାତ୍ର ଜିଲ୍ଲାର ତଥାକଥିତ ଭଦ୍ରବ୍ୟକ୍ତି, ସଚେତନ ନାଗରିକ ଓ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ତାହା ଏଯାଏଁ ପୂରଣ ହୋଇପାରି ନାହିଁ ।

ବରଗଡ଼ ଜିଲ୍ଲାକୁ ଏଯାଏଁ ସ୍ୱତନ୍ତ୍ର ଜିଲ୍ଲା ଶିକ୍ଷାମଣ୍ଡଳ ଘୋଷଣା କରାଯାଇ ପାରିନଥିବା ବେଳେ ଜିଲ୍ଲାରେ ଥିବା ଜମିବାଡ଼ି/ଚୁକ୍ତିନାମା ପଞ୍ଜିକରଣ ହେଉଥିବା ନିବନ୍ଧକ କାର୍ଯ୍ୟାଳୟ ବା ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ବଲପୁର ଅଧିନରେ ଥିବା ଯୋଗୁଁ ଜିଲ୍ଲାବାସୀଙ୍କୁ ଜମିବାଡ଼ି ସଂକ୍ରାନ୍ତିୟ କାର୍ଯ୍ୟ ପାଇଁ ସମ୍ବଲପୁର ଯିବାକୁ ପଡ଼ୁଛି ।

ଆହୁରି ମଧ୍ୟ ଜିଲ୍ଲାରେ ଏଯାଏଁ ସ୍ୱତନ୍ତ୍ର ସୈନିକ ବୋର୍ଡ଼ଟିଏ ଗଠନ କରାଯାଇ ନପାରିବା ପଶ୍ଚାତାପର ବିଷୟ ନିଶ୍ଚୟ । ସମ୍ପ୍ରତି ବରଗଡ଼ରେ ତେଲମିଲ, ଚୂଡ଼ା/ସୁଜି ମିଲ୍ ଓ ସିମେଣ୍ଟ କାରଖାନା ବ୍ୟତୀତ ୯୨ଟି ରାଇସମିଲ କାର୍ଯ୍ୟକ୍ଷମ ।

ରାଇସମିଲରେ ଲାଗୁଥିବା ବଡ଼ ବଡ଼ ବଏଲର ମେସିନର ଫିଟନେସ ସାର୍ଟିଫିକେଟ ବଏଲର ଇନ୍ସପେକ୍ଟର ଦେଇଥାନ୍ତି ଯାହାଙ୍କର ବରଗଡ଼ରେ ନିଜସ୍ୱ କାର୍ଯ୍ୟାଳୟ ନାହିଁ । ଏଥିପାଇଁ ସମ୍ବଲପୁରରେ ଅବସ୍ଥାପିତ ବଏଲର ଇନ୍ସପେକ୍ଟର ଦାୟିତ୍ୱରେ ଅଛନ୍ତି ।

ସେହିପରି ପ୍ରଦୂଷଣ ବୋର୍ଡ଼ ବା ପରିବେଶ ସୁରକ୍ଷା କାର୍ଯ୍ୟାଳୟ ମଧ୍ୟ ଜିଲ୍ଲାରେ ନାହିଁ । ତେଣୁ ଜିଲ୍ଲାରେ ଥିବା ବିଭିନ୍ନ ଇଟାଭାଟି, ବିଭିନ୍ନ କଳକାରଖାନାରୁ ବାହାରୁଥିବା ଧୂଆଁ, ଖାଦର, ପାଉଁଶ ସମ୍ପର୍କିତ ଅଭିଯୋଗ କରାଯାଇ ପାରୁନାହିଁ ।

ଯେଉଁ ଜିଲ୍ଲାରେ ଦାନା ମୁଠେ ଯୋଗାଡ଼ ପାଇଁ ଲୋକଙ୍କୁ ଆଜି ମଧ୍ୟ ସୁୂର ଆନ୍ଧ୍ର, ଛତିଶଗଡ଼, ଗୁଜୁରାଟ, ତାମିଲନାଡ଼ୁ ଆଦି ଅଞ୍ଚଳକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି ସେଠି ମହା ଆଡ଼ମ୍ବରରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯିବା ଆତ୍ମ ପ୍ରବଞ୍ଚନା ନୁହେଁ କି?

ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ଏସବୁ ପ୍ରତି ଦୃଷ୍ଟି ଦେବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ବରଗଡ଼

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version