Site icon Odisha.com

ବିଧାୟକଙ୍କ ମୁକ୍ତି:ଆଲୋଚନା ପାଇଁ ଚାଷିମୂଲିଆ ସଂଘକୁ ଆହ୍ୱାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩୦(ଓଡ଼ିଶା ଡ଼ଟ୍ କମ୍) ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ଚାଷୀମୂଲିଆ ଆଦିବାସୀ ସଂଘକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି ।

ହିକକାଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ମଧ୍ୟରେ ଚାଷିମୂଲିଆ ସଂଘର କେତେକ ଦାବି ଥିବାରୁ ସେମାନଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି ସେ ବିଧାନସଭାରେ କହିଛନ୍ତି ।

ଆଲୋଚନା ପାଇଁ ସଂଘ ପକ୍ଷରୁ ପ୍ରତିନିଧି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଅପହୃତ ବିଦେଶୀ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ଉପସ୍ଥାପନ କରାଯାଇଥିବା ଅତିରିକ୍ତ ଦାବି ସଂପର୍କରେ ଅନୁଧ୍ୟାନ ଚାଲିଛି ଏବଂ ଆଉ କିଛି ସମୟ ଲାଗିପାରେ ବୋଲି ସେ କହିଛନ୍ତି ।

ତେବେ ବିଧାୟକ ଏବଂ ପର୍ଯ୍ୟଟକଙ୍କୁ ଅକ୍ଷତ ଅବସ୍ଥାରେ ଶୀଘ୍ର ଛାଡ଼ି ଦେବାକୁ ମୁଖ୍ୟମନ୍ତ୍ରୀ ପୁଣି ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version