Site icon Odisha.com

ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମାର୍ଚ୍ଚ ୩୦(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟୀରୁ ଶୁକ୍ରବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବ୍ରହ୍ମୋସ କ୍ଷପଣାସ୍ତ୍ରର ପରୀକ୍ଷଣ କରାଯାଇଛି ।

କ୍ଷେପଣାସ୍ତ୍ର ଘାଟୀର ତିନି ନମ୍ବର ଲଂଚ ପ୍ୟାଡ଼ରୁ ଏହାର ପରୀକ୍ଷଣ କରାଯାଇଥିବା ବେଳେ ୩୦୦ କିଗ୍ରା ଓଜନର ଯୁଦ୍ଧାସ୍ତ୍ର ବହନ କରିବା ସହ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷଭେ କରିବାର ଏହାର କ୍ଷମତା ରହିଛି ।

ଭାରତ ଓ ଋଷିଆର ମିଳିତ ଉ୍ୟମରେ ଏହା ପ୍ରସ୍ତୁତ କରାଯାଇଥିବା ବେଳେ ୨୦୦୬ରୁ ଏହାକୁ ସେନା ବାହୀନୀରେ ସାମିଲ କରାଯାଇଛି । ତିନି ହଜାର କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲମ୍ବ ୮.୪ ମିଟର ଓ ଗୋଲେଇ ୦.୬ ମିଟର ।

ଗତ ବୁଧବାର ମଧ୍ୟ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version