• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚିନି, କପଡ଼ା ଉପରୁ ଭାଟ୍ ବୃଦ୍ଧି ନିଷ୍ପତି ସ୍ଥଗିତ

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) କପଡ଼ା ଓ ଚିନି ଉପରେ ଅଧିକ ଏକ ପ୍ରତିଶତ ଭାଟ୍(ମୂଲ୍ୟଯୁକ୍ତ କର) ଲାଗୁ କରିବା ନିଷ୍ପତିକୁ ସରକାର ସ୍ଥଗିତ ରଖିଛନ୍ତି ।

ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ବେଳେ ଶନିବାର ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଏହା କହିବା ସହ କପଡ଼ା ଓ ଚିନି ଉପରେ ସମଗ୍ର ଦେଶରେ ଏକକ ଭାଟ୍ ପ୍ରଚଳନ କରିବା ପାଇଁ ସମସ୍ତ ରାଜ୍ୟ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ବୈଠକରେ ନିଷ୍ପତି ନିଆଯାଇଥିଲା ।

ଅନ୍ୟ ରାଜ୍ୟ ଗୁଡ଼ିକରେ ବର୍ତମାନ ଚିନି ଓ କପଡ଼ା ଉପରେ ଅତିରିକ୍ତ ଭାଟ୍ ଲାଗୁ କରାଯାଇନଥିବାରୁ ଓଡ଼ିଶାରେ ମଧ୍ୟ ଏକ ପ୍ରତିଶତ ଅଧିକ ଭାଟ୍ ଲାଗୁ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ବୈଠକରେ ପାଞ୍ଚ ପ୍ରତିଶତ ଭାଟ୍ ଲାଗୁ କରିବାକୁ ଅର୍ଥମନ୍ତ୍ରୀ ମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ତେଣୁ ରାଜ୍ୟରେ ୪ରୁ ୫ ପ୍ରତିଶତ ଭାଟ୍ ବୃଦ୍ଧି ପାଇଁ କ୍ୟାବିନେଟ୍ ରେ ଅନୁମୋଦନ ଲାଭ କରିଥିଲା ।

ବ୍ୟବସାୟୀ ସଂଘ ଗୁଡ଼ିକ ଭାଟ୍ ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଆସୁଥିବା ବେଳେ ବିଧାନସଭାରେ ମଧ୍ୟରେ ବିରୋଧୀ ସସ୍ୟମାନେ ଭାଟ୍ ବୃଦ୍ଧି ନିଷ୍ପତିକୁ ବିରୋଧ କରିଥିଲେ । ଅପ୍ରେଲ ୧ ଠାରୁ ଏହି ଭାଟ୍ ଲାଗୁ ହୋଇଥାନ୍ତା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ବିଧାନସଭା, ଭାଟ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version