Site icon Odisha.com

ଚିନି, କପଡ଼ା ଉପରୁ ଭାଟ୍ ବୃଦ୍ଧି ନିଷ୍ପତି ସ୍ଥଗିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) କପଡ଼ା ଓ ଚିନି ଉପରେ ଅଧିକ ଏକ ପ୍ରତିଶତ ଭାଟ୍(ମୂଲ୍ୟଯୁକ୍ତ କର) ଲାଗୁ କରିବା ନିଷ୍ପତିକୁ ସରକାର ସ୍ଥଗିତ ରଖିଛନ୍ତି ।

ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ବେଳେ ଶନିବାର ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଏହା କହିବା ସହ କପଡ଼ା ଓ ଚିନି ଉପରେ ସମଗ୍ର ଦେଶରେ ଏକକ ଭାଟ୍ ପ୍ରଚଳନ କରିବା ପାଇଁ ସମସ୍ତ ରାଜ୍ୟ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ବୈଠକରେ ନିଷ୍ପତି ନିଆଯାଇଥିଲା ।

ଅନ୍ୟ ରାଜ୍ୟ ଗୁଡ଼ିକରେ ବର୍ତମାନ ଚିନି ଓ କପଡ଼ା ଉପରେ ଅତିରିକ୍ତ ଭାଟ୍ ଲାଗୁ କରାଯାଇନଥିବାରୁ ଓଡ଼ିଶାରେ ମଧ୍ୟ ଏକ ପ୍ରତିଶତ ଅଧିକ ଭାଟ୍ ଲାଗୁ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ବୈଠକରେ ପାଞ୍ଚ ପ୍ରତିଶତ ଭାଟ୍ ଲାଗୁ କରିବାକୁ ଅର୍ଥମନ୍ତ୍ରୀ ମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ତେଣୁ ରାଜ୍ୟରେ ୪ରୁ ୫ ପ୍ରତିଶତ ଭାଟ୍ ବୃଦ୍ଧି ପାଇଁ କ୍ୟାବିନେଟ୍ ରେ ଅନୁମୋଦନ ଲାଭ କରିଥିଲା ।

ବ୍ୟବସାୟୀ ସଂଘ ଗୁଡ଼ିକ ଭାଟ୍ ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଆସୁଥିବା ବେଳେ ବିଧାନସଭାରେ ମଧ୍ୟରେ ବିରୋଧୀ ସସ୍ୟମାନେ ଭାଟ୍ ବୃଦ୍ଧି ନିଷ୍ପତିକୁ ବିରୋଧ କରିଥିଲେ । ଅପ୍ରେଲ ୧ ଠାରୁ ଏହି ଭାଟ୍ ଲାଗୁ ହୋଇଥାନ୍ତା ।

ଓଡ଼ିଶା ଡ଼ଟ୍ କମ୍

Exit mobile version