Site icon Odisha.com

ବରଗଡ଼ରେ ବୃହତ୍ ହସ୍ତତନ୍ତ ପୁଞ୍ଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ରେ ଏକ ବୃହତ୍ ହସ୍ତତନ୍ତ ପୁଞ୍ଜ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଆନନ୍ଦ ଶର୍ମାଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ବୁଣାକାର ମାନଙ୍କୁ ହସ୍ତତନ୍ତ ବସ୍ତ୍ରର ବିକ୍ରୟ ଉପରେ ପୂର୍ବରୁ ଦିଆଯାଉଥିବା ଦଶ ପ୍ରତିଶତ ରିହାତି ପୂନର୍ବାର ଲାଗୁ କରିବାକୁ ସେ କହିଛନ୍ତି । ଏହା ହସ୍ତତନ୍ତ ବସ୍ତ୍ର ବ୍ୟବସାୟରେ ଉନ୍ନତି ଆଣିବା ସହିତ ବୁଣାକାର ମାନଙ୍କୁ ନିୟମିତ କାମ ମିଳିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଜାତୀୟ ଫ୍ୟାସନ ଟେକ୍ନୋଲୋଜି ସଂସ୍ଥାରେ ଚଳିତ ଶିକ୍ଷା ବର୍ଷରୁ ଫେସନ ଡ଼ିଜାଇନ ଓ ଆସେସୋରି ଡ଼ିଜାଇନ ନାମକଦୁଇଟି ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ଏହାସହ ଅନୁଗୁଳ ଠାରେ ଏକ ଆଲୁମିନିୟମ ପାର୍କ ପ୍ରତିଷ୍ଠାରେ କେନ୍ଦ୍ର ସରକାର ସହାୟତା ଦେବା, ଆପାରେଲ ପାର୍କ ନିର୍ମାଣ, ସାମୁ୍ରିକ ରପ୍ତାନୀକାରୀ ମାନଙ୍କୁ ସହାୟତା ପାଇଁ ପାରାଦ୍ବୀପ ଠାରେ ଭିତ୍ତିଭୂମି ସୁବିଧା ନିର୍ମାଣ ସଂପର୍କରେ ଶର୍ମାଙ୍କୁ ଅବଗତ କରାଯାଇଛି ।

ଓଡ଼ିଶା ଗସ୍ତରେ ଆସିଥିବା ଶର୍ମା ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ହସ୍ତତନ୍ତ ଓ ବୟନଶିଳ୍ପ କାର୍ଯ୍ୟକ୍ରମ  ସଂପର୍କରେ ଆଲୋଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version