• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାରବାଟୀରେ ସଚିନ ତେନ୍ଦୁଲକର ଇନ୍ଡୋର ହଲ୍

April 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨(ଓଡ଼ିଶାଡ୍ଟ୍ କମ୍) କଟକ ବାରବାଟୀ ଷ୍ଟାଡ଼ିୟମ୍ ପରିସରରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ନାମରେ ନାମିତ ନବନିର୍ମିତ ମିନି ଇନ୍ଡୋର ହଲ୍ ଉ୍ଘାଟିତ ହୋଇଯାଇଛି ।

ମୋଟ୍ ୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଇନ୍ଡୋର ହଲ୍ ପାଇଁ ବିସିସିଆଇ ୮ କୋଟି ଟଙ୍କା ଓ ଓସିଏ ୮ କୋଟି ଟଙ୍କା ପ୍ରଦାନ କରିଛି । ରବିବାର ଉତ୍କଳ ଦିବସ ଅବସରରେ ଏହା ଉ୍ଘାଟିତ ହୋଇଛି ।

ବର୍ଷାଦିନେ ଖେଳାଳିଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେଉଥିବା ବେଳେ ଏହା ନିର୍ମାଣ ହେବା ପରେ ଏବେ ଖେଳାଳିମାନେ ବର୍ଷସାରା ଅଭ୍ୟାସ କରିପାରିବେ ।

ଏହାବ୍ୟତୀତ ବାସ୍କେଟ୍ ବଲ୍, ଭଲିବଲ୍, ବ୍ୟାଡ଼ମିନ୍ଟନ୍, ଟେବୁଲଟେନିସ ଓ ଅନ୍ୟାନ୍ୟ ଇନ୍ଡୋର ଗେମ୍ ଏଠାରେ ଖେଳାଯାଇ ପାରିବ ।

ଚାରି ମହଲା ବିଶିଷ୍ଟ ଏହି ହଲ୍ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଥିବା ବେଳେ ଭିତରର ଦୈର୍ଘ୍ୟ ୮୫ ଫୁଟ୍ ଓ ଚଉଡ଼ା ୬୫ ଫୁଟ୍ ରହିଛି । ଚଟାଣରୁ ଛାତର ଉଚ୍ଚତା ୪୦ ଫୁଟ୍ ଥିବା ବେଳେ ଛାତର ଉପର ଭାଗରେ ଫାଇବର କାଚ ଲଗାଯାଇଛି ।

ଖେଳାଳି ମାନଙ୍କ ଅଭ୍ୟାସକୁ ରେକର୍ଡ଼ିଂ କରିବା ପାଇଁ ହଲ୍ ର ଉଭୟ ପାଶ୍ୱର୍ରେ କ୍ୟାମେରା ଲଗାଯାଇଛି । ଗତ ମାସ ୧୬ରେ ଏସିଆ କପ୍ ରେ ସଚିନ ୧୦୦ ତମ ଆନ୍ତର୍ଜାତିକ ଶତକ ହାସଲ କରିବା ପରେ ତାଙ୍କୁ ସମ୍ମାନ ଜଣାଇ ଏହି ମିନି ଇନ୍ଡୋର ହଲ୍ କୁ ତାଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଟକ, ବାରବାଟୀ, ସଚିନ ତେନ୍ଦୁଲକର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version