Site icon Odisha.com

ବାରବାଟୀରେ ସଚିନ ତେନ୍ଦୁଲକର ଇନ୍ଡୋର ହଲ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨(ଓଡ଼ିଶାଡ୍ଟ୍ କମ୍) କଟକ ବାରବାଟୀ ଷ୍ଟାଡ଼ିୟମ୍ ପରିସରରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ନାମରେ ନାମିତ ନବନିର୍ମିତ ମିନି ଇନ୍ଡୋର ହଲ୍ ଉ୍ଘାଟିତ ହୋଇଯାଇଛି ।

ମୋଟ୍ ୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଇନ୍ଡୋର ହଲ୍ ପାଇଁ ବିସିସିଆଇ ୮ କୋଟି ଟଙ୍କା ଓ ଓସିଏ ୮ କୋଟି ଟଙ୍କା ପ୍ରଦାନ କରିଛି । ରବିବାର ଉତ୍କଳ ଦିବସ ଅବସରରେ ଏହା ଉ୍ଘାଟିତ ହୋଇଛି ।

ବର୍ଷାଦିନେ ଖେଳାଳିଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେଉଥିବା ବେଳେ ଏହା ନିର୍ମାଣ ହେବା ପରେ ଏବେ ଖେଳାଳିମାନେ ବର୍ଷସାରା ଅଭ୍ୟାସ କରିପାରିବେ ।

ଏହାବ୍ୟତୀତ ବାସ୍କେଟ୍ ବଲ୍, ଭଲିବଲ୍, ବ୍ୟାଡ଼ମିନ୍ଟନ୍, ଟେବୁଲଟେନିସ ଓ ଅନ୍ୟାନ୍ୟ ଇନ୍ଡୋର ଗେମ୍ ଏଠାରେ ଖେଳାଯାଇ ପାରିବ ।

ଚାରି ମହଲା ବିଶିଷ୍ଟ ଏହି ହଲ୍ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଥିବା ବେଳେ ଭିତରର ଦୈର୍ଘ୍ୟ ୮୫ ଫୁଟ୍ ଓ ଚଉଡ଼ା ୬୫ ଫୁଟ୍ ରହିଛି । ଚଟାଣରୁ ଛାତର ଉଚ୍ଚତା ୪୦ ଫୁଟ୍ ଥିବା ବେଳେ ଛାତର ଉପର ଭାଗରେ ଫାଇବର କାଚ ଲଗାଯାଇଛି ।

ଖେଳାଳି ମାନଙ୍କ ଅଭ୍ୟାସକୁ ରେକର୍ଡ଼ିଂ କରିବା ପାଇଁ ହଲ୍ ର ଉଭୟ ପାଶ୍ୱର୍ରେ କ୍ୟାମେରା ଲଗାଯାଇଛି । ଗତ ମାସ ୧୬ରେ ଏସିଆ କପ୍ ରେ ସଚିନ ୧୦୦ ତମ ଆନ୍ତର୍ଜାତିକ ଶତକ ହାସଲ କରିବା ପରେ ତାଙ୍କୁ ସମ୍ମାନ ଜଣାଇ ଏହି ମିନି ଇନ୍ଡୋର ହଲ୍ କୁ ତାଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version