Site icon Odisha.com

ଭଦ୍ରକ: ଶ୍ରୀରାମ ନବମୀ ମେଢ଼ ଅଟକ ଯୋଗୁଁ ବିବାଦ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଠାରେ ଐତିହାସିକ ରାମନବମୀ ଉତ୍ସବ ପାଳନ ଅବସରରେ ନଗର ସଂକୀର୍ତନ ଚାଲୁଥିବା ସମୟରେ ଶୋଭାଯାତ୍ରାରେ ଥିବା ମେଢ଼ ଗୁଡ଼ିକୁ ଅଟକ ରଖି ଶଯାଇଥିବାରୁ ବିବାଦ ଦେଖାଦେଇଛି ।

ରାଜ୍ୟ ସରକାରଙ୍କ ଇଙ୍ଗିତରେ ଏହା ଅଟକାଯାଇଥିବା ଅଭିଯୋଗ କରି ଏହାର ଦୃଢ଼ ନିନ୍ଦା କରାଯିବା ସହ ଶ୍ରୀରାମ ରଥକୁ ଅଟକାଇଥିବା ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଦାବି କରାଯାଇଛି ।

୧୯୯୧ରେ ଶ୍ରୀରାମ ନବମୀ ଶୋଭାଯାତ୍ରା ସମୟରେ ଦଙ୍ଗା ସୃଷ୍ଟି ହୋଇଥିଲା । ମାତ୍ର ୧୯୯୨ରେ ଏହି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା । ୧୯୯୩ ଓ ୯୪ରେ ସରକାର ଏହି
ଶୋଭାଯାତ୍ରାକୁ ନିଷିଦ୍ଧ କରିଥିଲେ ।

ଏହାପର ଠାରୁ ଭାଇଚାରା ମଧ୍ୟରେ ଏହି ଉତ୍ସବ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଆସୁଛି ବୋଲି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

କାହା ଇଙ୍ଗିତରେ ଏବଂ କେଉଁ ଉଦ୍ଦେଶ୍ୟରେ ମେଢ଼ ଗୁଡ଼ିକ ଅଟକାଯାଇଥିଲା ଏବଂ ଏହା ବ୍ୟତୀତ ଗତବର୍ଷ ସରକାର ଏଭଳି ଘୃଣ୍ୟ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲେ ବୋଲି କୁହାଯାଇଛି ।

ମାତ୍ର ଚଳିତ ବର୍ଷ ସରକାର ଏଭଳି କାର୍ଯ୍ୟ କରି ହିନ୍ଦୁ ମାନସିକତାକୁ ଆଘାତ ପହଞ୍ଚାଇଥିବା ବେଳେ ପ୍ରଚଳିତ ଭାଇଚାରାକୁ କ୍ଷୁର୍ଣ୍ଣ କରିବାର ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ବୋଲି କୁହାଯାଇଛି ।

ଆସନ୍ତା ୪୮ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନନେଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଏହି ଘଟଣାକୁ ବିରୋଧ କରି ଶୋଭାଯାତ୍ରାକାରୀମାନେ ଲାହାପଟି ଠାରେ ଅଟକି ରହିଥିଲେ । ପରବର୍ତୀ ସମୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଏବଂ ୧୪ମହଲା ମୁସଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version