ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ପ୍ରଦେଶ ଗଠନର ୭୭ ବର୍ଷ ପୂର୍ତୀ ଅବସରରେ ରାଜ୍ୟବ୍ୟାପୀ ରବିବାର ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ପାଳିତ ହୋଇଛି ।
୧୯୩୬ ମସିହା ଆଜିରଦିନରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା । ଉତ୍କଳର ବରପୁତ୍ର ମଧୁସୁନ ଦ।ସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଗୋପବନ୍ଧୁ ଦ।ସ, ଫକୀରମୋହନ ସେନାପତିଙ୍କ ଉଦ୍ୟମରେ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ।
ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ କରାଯାଇ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । କଟକ, ଭୁବନେଶ୍ୱର ସମେତ ଗଜପତି, କୋରାପୁଟ, ରାୟଗଡ଼ା. ସମ୍ବଲପୁର ଜିଲ୍ଲାରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଛି ।
ଆଜି ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ ହୋଇଥିବା ବେଳେ କଟକ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉ୍ବୋଧନ ଦେବା ସହ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ ।
ପୋଲିସ ଆଧୁନିିକିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ସେହିପରି ଭୁବନେଶ୍ୱରରେ ମଧ୍ୟ ରିଜର୍ଭ ପଡ଼ିଆରେ ପୋଲିସ କମିଶନର ବିଜୟ ଶର୍ମା ପୋଲିସ ପ୍ରତିଷ୍ଠା ଦିବସରେ ଯୋଗେଇ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି ।
ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟ, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଗୁଡ଼ିକରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଇଛି ।
ଓଡିଶା ଡଟ୍ କମ୍