• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ଯ୍ୟଟକ ଅପହରଣ: ମାଓବାଦୀଙ୍କ ଧମକପୂର୍ଣ୍ଣ ଅଡ଼ିଓ ଟେପ୍

April 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ସରକାର ରାଜନୈତିକ ବନ୍ଦୀଙ୍କୁ ଖଲାସ କରିବା ସମ୍ପର୍କରେ ଘୋଷଣା ନକରି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଉଲ୍ଲେଖ କରି ମାଓବାଦୀଙ୍କ ପକ୍ଷରୁ ଏକ ଧମକପୂର୍ଣ୍ଣ ଟେପ୍ ଜାରି କରାଯାଇଛି ।

ସିପିଆଇ ମାଓବାଦୀ ସଂଗଠନର ସମ୍ପାଦକ ସୁନୀଲ ଓରଫ ସବ୍ୟସାଚୀ ପଣ୍ଡା ଏନେଇ କଠୋର ପଦକ୍ଷେପ ନେବା ପାଇଁ ଏଥିରେ ଧମକ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ ଲିଖିତ ବୁଝାମଣାପତ୍ର ପ୍ରଦାନ କରାନଯିବା ପର୍ଯ୍ୟନ୍ତ ପାଓଲୋଙ୍କୁ ମୁକ୍ତ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି ।

ମାଓବାଦୀଙ୍କ ବିରୋଧରେ ସରକାର ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ଯୋଜନା କରୁଛନ୍ତି । ତେବେ ଏହାର ପରିଣାମ ଭୟଙ୍କର ହେବ ଓ ଏଥିପାଇଁ ସରକାର ଦ।ୟୀ ରହିବେ ବୋଲି ପଣ୍ଡା କହିଛନ୍ତି |

ଗଣନାଥ ପାତ୍ର ଓ ତାଙ୍କ ପତ୍ନୀ ଶୁଭଶ୍ରୀ ଓରଫ ମିଲି ପଣ୍ଡାଙ୍କ ସମେତ କେତେକ ରାଜନୈତିକ ବନ୍ଦୀଙ୍କୁ ମୁକ୍ତି, ଅଦାଲତରୁ ଜାମିନ ମିଳିବା ନେତାଙ୍କୁ ଅଟକ ରଖି ପୁଣି ମିଥ୍ୟା ମାମଲାରେ ସେମାନଙ୍କୁ ସଂପୃକ୍ତ ନକରି ସରକାର ଖଲାସ କରିବା ଆବଶ୍ୟକ ବୋଲି ସେ ପୁଣି କହିଛନ୍ତି ।

ତେବେ ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ସହ ସରକାର ସୋମବାର ରାତିରେ ପୁଣି ଆଲୋଚନା ଆରମ୍ଭ କରିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଅପହରଣ ଦୀର୍ଘ ୧୧ଦିନ ପରେ ଗତ ୨୫ ତାରିଖରେ କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version