Site icon Odisha.com

କିଡ଼୍ଜି ବ୍ଲୁମିଂଡେଲଜରେ ଗ୍ରାଜୁଏସନ ଡେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ କିଡ଼୍ଜି ବ୍ଲୁମିଂଡେଲଜରେ ଗ୍ରାଜୁଏସନ ଡେ ଏବଂ କିଡ୍ସ ଡେ ଆଉଟ ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି ।

ଗତ ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ରୁ ୪ ବର୍ଷ ବୟସର ଶିଶୁମାନେ ଆଧ୍ୟାତ୍ମିକ,
ଦେଶାତ୍ମବୋଧକ ଏବଂ ଆଧୁନିକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ସମସ୍ତଙ୍କୁ ଉ୍ବୋଧିତ କରିବା ଭଳି ବାର୍ତା ପ୍ରଦାନ କରିଥିଲେ ।

“କିଡ଼୍ଜି ବ୍ଲୁମିଂଡେଲଜର ପ୍ରତ୍ୟେକ ଶିଶୁ ନିଜର ସଫଳତାକୁ ନେଇ ଗର୍ବିତ ହେବା, ସକାରାତ୍ମକ ଆଭିମୁଖ୍ୟ ବହନ କରିବା ଏବଂ ନିଜର ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିବା ଉଚିତ” ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଆଦର୍ଶ ଓ ଲକ୍ଷ୍ୟ ଉପରେ ଆଧାରିତ ଥିଲା

ଏହି ଅବସରରେ, ଦୈନିକ ସମ୍ବାପତ୍ର ସମାଜର ପୂର୍ବତନ ସମ୍ପାଦିକା ତଥା ଲୋକ ସେବକ ଯୁବ
ମଣ୍ଡଳର ପ୍ରତିଷ୍ଠାତା ସଭାପତି ମନୋରମା ମହାପାତ୍ର, ଓଟିଭିର କାର୍ଯ୍ୟନିର୍ବାହୀ ସମ୍ପାକ ଦୟାନିଧି ଦ।ଶ, ସାମ୍ବାଦିକ ଦୀଲ୍ଲୀପ ବିଶୋଇ ଏବଂ ଲେଖିକା ତଥା ସମାଜସେବିକା ରଶ୍ମିରେଖା ରଥ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ଗ୍ରାଜୁଏସନ ଉତ୍ସବରେ ୩୪ ଜଣ ଶିଶୁ କିଣ୍ଡର ଗାର୍ଡ଼େନ ଶିକ୍ଷା ପାଇଁ ଅତିଥି ମାନଙ୍କ ଠାରୁ ଗ୍ରାଜୁଏଟ ଆଖ୍ୟା ଲାଭ କରିଥିଲେ ।

ଅତିଥିବୃନ୍ଦ ଏବଂ ଦର୍ଶକମାନେ ଶିଶୁଙ୍କ ବିକାଶ ଦିଗରେ ବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା
ଅଭିନବ ପଦକ୍ଷେପର ପ୍ରଶଂସା କରିବା ସହିତ ଶିଶୁମାନଙ୍କ ଦ୍ୱାରାପରିବେଷିତ କାର୍ଯ୍ୟକ୍ରମର ମଧ୍ୟ ଉଚ୍ଚ
ପ୍ରଶଂସା କରିଥିଲେ ।

ଜୀବନ ତଥା ପରିବେଶକୁ ପ୍ରେମର ବାର୍ତା ଭାବେ ବିଦ୍ୟାଳୟର ଅଧ୍ୟକ୍ଷା ସବିତା ପଟ୍ଟନାୟକ
ଅତିଥିମାନଙ୍କୁ ଗୋଲାପ ଚାରା ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version