Site icon Odisha.com

କେନ୍ଦୁଝର: ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ, ପୋଡ଼ାଜଳା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଂଚଳର ଜଣେ ପୂର୍ବତନ ସରପଂଚଙ୍କୁ ସୋମବାର ହତ୍ୟା କରାଯାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକମାନେ ପୋଡ଼ାଜଳା କରିଥିବା ପୋଲିସ କହିଛି ।

ସମଣା ପଂଚାୟତର ବୈଷ୍ଣବ ବିଶ୍ୱାଳଙ୍କୁ ସକାଳୁ କେତେକ ଲୋକ ହତ୍ୟା କରିବା ପରେ ସଂପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ଗାଁରେ ବ୍ୟାପକ ପୋଡ଼ାଜଳା କରିବା ସହ ଏକ ମୋବାଇଲ ଟାୱାର, ୫ଟି ମୋଟର ସାଇକେଲ, ୨ଟି କାର ଏବଂ ୭ଟି ଘର ପୋଡ଼ି ଦେଇଛନ୍ତି ।

ତେବେ ଘଟଣାର ଦୀର୍ଘ ସମୟ ପରେ ମଧ୍ୟ ପୋଲିସ ଓ ମକଳ ବାହିନୀ ପହଂଚିନଥିବାରୁ ଗ୍ରାମବାସୀମାନେ ଆନନ୍ଦପୁର-ଭଦ୍ରକ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।

ସଂପୃକ୍ତ ଗ୍ରାମରେ ଉତ୍ତେଜନା ଲାଗିରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version