Site icon Odisha.com

ବିଧାୟକଙ୍କ ସମ୍ମାନ ପ୍ରସଙ୍ଗ ନେଇ ବିଧାନସଭାରେ ଉଦ୍ଦବେଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) ଅଫିସରମାନେ ବୁକ୍ ସର୍କୁଲାର ମାନୁ ନଥିବା ତଥା ବିଧାୟକ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁନଥିବାରୁ ମଙ୍ଗଳବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।

ଏହି ଘଟଣା ଉପରେ ବିଧାନସଭାର ସାଚାର କମିଟି ଅନୁଧ୍ୟାନ କରିବ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି ।

ବୁକ୍ ସର୍କୁଲାର ପ୍ରତି ସେଭେନ୍କୁ ଅଫିରମାନେ ମାନୁ ନାହାନ୍ତି ଓ ଜିଲ୍ଲାସ୍ତରରେ ବିଧାୟକ ମାନଙ୍କୁ ଅଫିସରମାନେ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ଅପମାନିତ କରାଯାଉଛି ବୋଲି ଶୂନ୍ୟ କାଳରେ ବିଧାୟକ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇଥିଲେ ।

ଅଫିସରମାନେ ସବୁବେଳେ ଏପରି ମନମୁଖୀ କାମ କରୁଛନ୍ତି । ଜିଲ୍ଲାସ୍ତରରେ ଯେକୌଣସି ବୈଠକ ହେଲେ ବିଧାୟକଙ୍କୁ ଡ଼କାଯାଉ ନାହିଁ । ବିଧାୟକଙ୍କ ପାଇଁ ଏହା ସ୍ୱାଭିମାନର ପ୍ରଶ୍ନ ହୋଇଛି, ସେ କହିଥିଲେ ।

ଯେଉଁ ଅଫିସରମାନେ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକମାନେ ବାଚସ୍ପତିଙ୍କୁ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version