Site icon Odisha.com

ଦରକାର ପଡ଼ିଲେ ଇସ୍ତଫା ଦେବି: ଅପହୃତ ବିଧାୟକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ମୁଁ ମାଓବାଦୀ କ୍ୟାମ୍ପରେ ସୁରକ୍ଷିତ ଅଛି ଏବଂ ଦରକାର ପଡ଼ିଲେ ଇସ୍ତଫା ଦେବି ବୋଲି ଉଲ୍ଲେଖ କରି ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପଠାଇଛନ୍ତି ।

ମୁଁ ଆଦିବାସୀ ହୋଇଥିବାରୁ ମୋର ମୁକ୍ତି ନେଇ ଅବହେଳା କରାଯାଉଛି । ଏଭଳି ପରିସ୍ଥିତିରେ ନିଜ ଅଞ୍ଚଳ ପାଇଁ କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ମିଥ୍ୟା କେଶ୍ ରେ ଜେଲ୍ ରେ ଥିବା ଆଦିବାସୀଙ୍କୁ ଶୀଘ୍ର ମୁକ୍ତି କରାଯାଉ । ସେମାନଙ୍କୁ ଖଲାସ କରାଗଲେ ମୁଁ ସୁରକ୍ଷିତ ଭାବେ ଶୀଘ୍ର ଫେରିଯିବି, ସେ କହିଛନ୍ତି ।

ମାଓବାଦୀଙ୍କ ଦାବି ଶୀଘ୍ର ପୂରଣ କରାଯାଉ ବୋଲି ଉଲ୍ଲେଖ କରି ପୂର୍ବରୁ ମଧ୍ୟ ହିକକା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ତେବେ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ଗୁରୁବାର ୫ ତାରିଖ ସୁଦ୍ଧା ସରକାର ସେମାନଙ୍କର ଦାବି ପୂରଣ କରିବାକୁ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଂପାଦକ ଚନ୍ଦ୍ରମୌଲି ମଙ୍ଗଳବାର ଗଣମାଧ୍ୟମକୁ ଏକ ଅଡ଼ିଓ ଟେପ୍ ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version