Site icon Odisha.com

ବିଧାୟକ ଅପହରଣ: ସମୟସୀମା ଦେଲେ ମାଓବାଦୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ଗୁରୁବାର ୫ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବାକୁ ମାଓବାଦୀମାନେ ମଙ୍ଗଳବାରଦିନ ଧାର୍ଯ୍ୟ କରିଛନ୍ତି ।

“ମାଓବାଦୀ ନେତା ଚନ୍ଦ୍ରମୌଲି’ ନିଜକୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେସାଲ ଜୋନାଲ କମିଟି ସଂପାଦକ ପରିଚୟ ଦେଇ ଗଣମାଧ୍ୟମକୁ ପଠାଇଥିବା ଅଡ଼ିଓ ଟେପ୍ ରେ ଏହା କୁହାଯାଇଛି ।

କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମିଥ୍ୟା ମାମଲାରେ ଚାଷୀମୂଲିଆ ଆଦିବାସୀ ସଂଘ ନେତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ କରି ସେମାନଙ୍କୁ ଛାଡ଼ି ଦେବାକୁ ସରକାରଙ୍କୁ କହିଛନ୍ତି ।

ଆଲୋଚନା ପାଇଁ ମଧ୍ୟସ୍ଥି ଦେବାକୁ ମନା କରିବା ସହ ୫ ତାରିଖକୁ ସମୟସୀମା ଦିଆଯାଇଛି ବୋଲି ସଂପୃକ୍ତ ମାଓ ନେତା କହିଛନ୍ତି

ଚାଷୀମୂଲିଆ ଆଦିବାସୀ ସଂଘ କୋରାପୁଟ ଏବଂ ମାଲକାନଗିରି ସମେତ କ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ପାଇଁ କାମ କରୁଛି । ତେବେ ଉକ୍ତ ସଂଗଠନକୁ ମାଓବାଦୀଙ୍କ ସମର୍ଥନ ଥିବା ପୋଲିସ କହୁଛି ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାର ଏକ ସ୍ଥାନରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version