Site icon Odisha.com

ବିଧାୟକଙ୍କ ମୁକ୍ତି ପାଇଁ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ବୁଧବାର ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରାଆଗତ ଏହି ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନେ ସମର୍ଥନ ଜଣାଇଛନ୍ତି ।

ହିକକାଙ୍କ ଅପହରଣକୁ ଦୀର୍ଘ ୧୨ଦିନ ହୋଇଯାଇଥିଲେ ମଧ୍ୟ ତାଙ୍କ ମୁକ୍ତି ପାଇଁ କୌଣସି ନିଷ୍ପତି ହୋଇପାରି ନଥିବାରୁ ବିଧାୟକମାନେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ଆମନ୍ତ୍ରଣ କରିଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version