Site icon Odisha.com

ଭଦ୍ରକ: ବିଭିନ୍ନ ଦାବିରେ କୃଷକ ସଭାର ଗଣଧାରଣା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡ଼ିଶା କୃଷକ ସଭା ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ସହ ଅତ୍ୟାବଶ୍ୟକୀୟ ଜିନିଷର ଦାମ କମଇବା, ରିଲିଫ ସାମଗ୍ରୀ ଯୋଗାଣରେ ଅନିୟମିତତା ବନ୍ଦ ଭଳି ଦାବି ସେମାନେ ଉପସ୍ଥାପନ କରିଛନ୍ତି ।

ଆନ୍ଦୋଳନକାରୀମାନେ ବନ୍ତ ଛକରୁ ବାହାରି ସହର ପରିକ୍ରମା କରିବା ପରେ ଗଣଧାରଣାରେ ଯୋଗ ଦେଇଥିଲେ ।

ସରକାରଙ୍କ କୃଷକ ମାରଣ ନୀତି ଏବଂ ବିଶେଷକରି ଗରିବ ଲୋକ ମାନଙ୍କ ମୁଣ୍ଡ ଉପରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଭଳି ଅମାନବୀୟ କାର୍ଯ୍ୟକୁ ଆଗାମୀଦିନରେ ତାଙ୍କ ସଂଗଠନ କେବେ କ୍ଷମା ଦେବ ନାହିଁ ବୋଲି ପ୍ରତିବାଦ ସଭାରେ ଚେତାବନୀ ଦିଆଯାଇଛି ।

ଏଥିସହ ସରକାରଙ୍କ କମ୍ପାନୀ ପ୍ରିତିକୁ ବକ୍ତାମାନେ ସମାଲୋଚନା କରବା ସହ ପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version