Site icon Odisha.com

ରେଡ଼କ୍ରସ ପାଣ୍ଠି ବୃଦ୍ଧି ପାଇଁ ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପର ଶୋ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଜିଲ୍ଲା ରେଡ଼କ୍ରସ ପାଣ୍ଠି ବୃଦ୍ଧି ପାଇଁ ଆସନ୍ତା ୮ ତାରିଖ ଭଦ୍ରକ ସ୍ଥିତ ନେହେରୁ ଷ୍ଟାଡିୟମ୍ରେ ଇଣ୍ଡିଆ ଗଟ୍ ଟ୍ୟାଲେଂଟ ଚମ୍ପିୟାନ ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପ କାର୍ଯ୍ୟକ୍ରମ ପରିବେଷଣ କରିବ ।

କାର୍ଯ୍ୟକ୍ରମରେ ମୁମ୍ବାଇର ଫିକ୍ସିୟସ୍ ଗ୍ରୁପ୍, ବଲିଉଡ୍ ଗ୍ରୁପ୍, କଲର୍ସ ଚ୍ୟାନେଲରେ ପ୍ରସାରିତ ଚକ୍ ଦୁମ୍ ଦୁମ୍ର ୨୦୧୧ ସଂସ୍କରଣ ର ଚମ୍ପିୟାନ ହରିନାଥ ରେଡି ଗ୍ରୁପ୍ ଏବଂ ଓଡିଶାର ପ୍ରଖ୍ୟାତ ଓଡିଶୀ ଡ୍ୟାନ୍ସ ଗ୍ରୁପ୍ ଶାଶ୍ୱତ ଯୋଶୀ ଓ ଗ୍ରୁପ୍, ଓଡିଆ ଅଭିନେତା ହରିହର ଦାସ ଓ ଗ୍ରୁପ୍ ପ୍ରମୁଖ ଅଂଶ ଗ୍ରହଣ କରିବେ ବୋଲି ପ୍ରିନ୍ସ ଡ଼୍ୟାନ୍ସ ଗୃପର ମୁଖ୍ୟ କ୍ରିଷ୍ଣା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଓଡିଶା ଓ ହିନ୍ଦି ଫିଲ୍ମ ଜଗତର ବହୁ ସୁନାମଧନ୍ୟ କଳାକାର ମଧ୍ୟ ଏଥିରେ ଉଭୟ ଅତିଥି ଓ କଳାକାର
ଭାବେ ଉପସ୍ଥିତ ରହିବେ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ ।

ଭଦ୍ରକ ଭଳି ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲାରେ ରେଡ଼କ୍ରସର ସାହାଯ୍ୟାର୍ଥେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହାର ଆୟ ଅର୍ଥରାଣୀରୁ ୬୦ଭାଗ ଜିଲ୍ଲା ରେଡ଼କ୍ରସକୁ ପ୍ରଦାନ କରାଯିବ ।

ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଟିକେଟ ରିହାତି ମଳଲ୍ୟର ବ୍ୟବସ୍ଥା ରହିଥିବା ବେଳେ ସମରାଇପୁର ସ୍ଥିତ ଖେମକା ପ୍ଲାଜା ଗ୍ରାଫିକ୍ସ, ତହସିଲ ହୋଟେଲ ସ୍ଥିତ ତାରିଣୀ ହୋଟେଲ, ଚରମ୍ପା ହୋଟେଲ
ମୁନଲାଇଟ,ବରପା ଇଂଜିନିୟରିଂ କଲେଜ ସମ୍ମୁଖ ସ୍ଥାନରେ ଟିକେଟ ଉପଲବ୍ଧ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version