ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୭(ଓଡ଼ିଶା ଡ଼ଟ୍ କମ୍) ଏନ୍ଟିପିସି ପକ୍ଷରୁ ସୁନ୍ଦରଗଡ଼ରେ ଚାରି ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଶନିବାର କେନ୍ଦ୍ର ଶକ୍ତିମନ୍ତ୍ରୀ ସୁଶୀଲ କୁମାର ସିନେ୍ଧ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ ସଂପର୍କରେ ଆଲୋଚନା ସମୟରେ ସେ ଏହା କହିଛନ୍ତି । ପରବର୍ତୀ ସମୟରେ ଉକ୍ତ ମେଡ଼ିକାଲ ଜଲେଜ ପାଂଚ ଶହ ଶଯ୍ୟାକୁ ବୃଦ୍ଧି କରାଯିବ ।
ସେହିପରି ତାଳଚେର କଣିହାଁ ଫେଜ୍ଦୁଇରୁ ରାଜ୍ୟକୁ ମିଳୁଥିବା ବିଦ୍ୟୁତ ପରିମାଣ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ଦାବି କରିଛନ୍ତି । ଏସଂପର୍କରେ କେନ୍ଦ୍ର ସରକାର ବିଚାର କରିବେ ବୋଲି ସିନେ୍ଧ କହିଛନ୍ତି ।
ସିନେ୍ଧ ଅନୁଗୁଳ ଓ ସୁନ୍ଦରଗଡର କିଣ୍ଡାପାଲି ଠାରେଦୁଇଟି ପୁଲିଂ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଶାରେ ଆଉ ୨ଟି ଅଲଟ୍ରା ମେଗା ପାୱାର ପ୍ଳାନ୍ଟ ପ୍ରତିଷ୍ଠା କରାଯିବ ଓ ଏଥିପାଇଁ ସ୍ଥାନ ଚିହ୍ନଟ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି ।
ଏହିଦୁଇଟି କେନ୍ଦ୍ରରୁ ଓଡ଼ିଶା ୨ ହଜାର ମେଗାୱାଟ ହିସାବରେ ୪ ହଜାର ମେଗାୱାଟ ବିଦ୍ୟୁତ୍ ଶକ୍ତି ପାଇବ । ସେହିପରି ଅନୁଗୁଳ ଓସୁନ୍ଦରଗଡରେ ୨ଟି ଆଇଟିଆଇ ପ୍ରତିଷ୍ଠା ହେବ ଏବଂ ଏଥିରେ ବେକାର ଯୁବକ ଯୁବତୀମାନେ ତାଲିମ ନେଇ ବିଭିନ୍ନ ସ୍ଥାନରେ କାମ କରିବେ, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍