Site icon Odisha.com

୨୦୧୪ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତକୁ ପିଇବା ପାଣି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୯(ଓଡ଼ିଶା ଡ଼ଟ୍ କମ୍) ୨୦୧୪ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତକୁ ବିଶୁଦ୍ଧ ପାଇପ ପାଣି ଯୋଗାଇ ଦେବା ପାଇଁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ଏଥିପାଇଁ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ରାଜ୍ୟର ୬୨୩୬ ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୫୭୭ଟିର ମୁଖ୍ୟାଳୟରେ ପାଇପ ପାଣି ସଂଯୋଗ ନାହିଁ ।

ସେହିପରି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଏବଂ ପ୍ରତ୍ୟେକ ଘରକୁ ପାଣି ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଫେବୃୟାରୀ ସୁଦ୍ଧା ରାଜ୍ୟର ୧,୪୧,୯୨୮ଟି ପଡ଼ାରେ ଗୋଟିଏ ଲେଖାଏଁ ନଳକୂପର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୪୦ ପ୍ରତି ନଳକୂପ ଏବଂ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିୟମିତ ଯାଞ୍ଚ ଚାଲିଛି ବୋଲି ବୈଠକରେ କୁହାଯାଇଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ କ୍ଳିଷ୍ଟ ସହରରେ ୧୩୨ଟି ଟ୍ୟାଙ୍କର ମୁତୟନ କରାଯାଇଥିବା ବେଳେ ଆବଶ୍ୟକତା ଦେଖି ଅଧିକ ସଂଖ୍ୟକ ଟ୍ୟାଙ୍କର ମୁତୟନ ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।

ବ୍ଲକ ଗୁଡ଼ିକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପ ଗୁଡ଼ିକର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୨୭୧ଟି ବ୍ଲକରେ ଜଣେ ଲେଖାଏଁ ଅତିରିକ୍ତ ଯନ୍ତ୍ରୀଙ୍କୁ ମୁତୟନ କରାଯାଇଛି ଏବଂ ଅବଶିଷ୍ଟ ବ୍ଲକରେ ଆସନ୍ତା ଏକ ମାସ ମଧ୍ୟରେ ଏହା କରାଯିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version