• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଓନେତା ସବ୍ୟସାଚୀଙ୍କ ପତ୍ନୀ ନିର୍ଦ୍ଦୋଷରେ ଜେଲରୁ ଖଲାସ

April 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା,ଅପ୍ରେଲ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୦୩ରେ ହୋଇଥିବା ଏକ ଗୁଳିକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ ସ୍ଥାନୀୟ ଏକ ଅଦାଲତ ମଙ୍ଗଳବାର ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ରାୟଗଡ଼ା ଜିଲ୍ଳା ଗୁଣୁପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଶ୍ରୀଙ୍କୁ ଖଲାସ କରିଥିବା ବେଳେ ୨୦୦୩ରେ କୁଟିଙ୍ଗକୁଡ଼ା ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ସେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

ତେବେ ତାଙ୍କର ମୁକ୍ତି ପଛରେ ସରକାରଙ୍କ କୌଣସି ଭୂମିକା ନଥିବା ସେ ଜେଲରୁ ବାହାରିବା ପରେ କହିଛନ୍ତି । “”ଆରମ୍ଭରୁ ମୁଁ ନିର୍ଦ୍ଦୋଷ ବୋଲି କହିଆସୁଥିଲି ଏବଂ ଏହା ପ୍ରମାଣିତ ହୋଇଛି” ସେ ଗୁଣୁପୁର ଠାରେ ଗଣମାଧ୍ୟମକୁ କହିଛନ୍ତି ।

ତାଙ୍କ ସ୍ୱାମୀ ଗରିବ ଲୋକ ଏବଂ ଚାଷୀଙ୍କ ପାଇଁ ଲଢେଇ କରୁଛନ୍ତି ବୋଲି ସେ କହିଛନ୍ତି ।

ଗତ ମାର୍ଚ୍ଚ ୧୪ରେ କନ୍ଧମାଳ ଜିଲ୍ଲାରୁ ଅପହୃତ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା ଶାଖା ସଂପାଦକ ସବ୍ୟସାଚୀ ତାଙ୍କର ଖଲାସ ପାଇଁ ଦାବି କରିଥିଲେ ।

ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଅଭିଯୋଗରେ ଶୁଭଶ୍ରୀଙ୍କୁ ପୋଲିସ ପ୍ରଥମେ ୨୦୧୦ ଜାନୁୟାରୀରେ ଭୁବନେଶ୍ୱରରୁ ଗିରଫ କରିଥିଲା ଏବଂ ଗତ ୨୦୧୧ ଅକ୍ଟୋବରରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

କିନ୍ତୁ ମାଓବାଦୀ ପୋଲିସ ଗୁଳିବିନିମୟରେ ସଂପୃକ୍ତ ଅଭିଯୋଗରେ ପୋଲିସ ପୁଣି ତାଙ୍କୁ ଗିରଫ କରି ଭୁବନେଶ୍ୱର ଜେଲରୁ ରାୟଗଡ଼ା ଜେଲକୁ ସ୍ଥାନାନ୍ତର କରିଥିଲ।।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗୁଳିକାଣ୍ଡ, ମାଓନେତା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version