Site icon Odisha.com

ଆକ୍ରମଣ ଅଭିଯୋଗରେ ଶ୍ରମିକ ସଂଗଠନର ଦୁଇ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ସ୍ଥିତ ତୈଳ ବିଶୋଧନାଗାରରେ ନିର୍ମାଣ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବିଜୁ ଶ୍ରମିକ ସଂଗଠନର ଦୁଇ ଜଣଙ୍କୁ ଗିରଫ କରିଥିବା ପୋଲିସ ଗୁରୁବାର କହିଛି ।

ବିଶୋଧନାଗାରରେ ପଶ୍ଚିମବଙ୍ଗର ଏକ ନିର୍ମାଣ କମ୍ପାନୀକୁ କାମ କରିବାକୁ ନିୟୋଜିତ କରାଯାଇଥିଲା । ନିଯୁକ୍ତି ଏବଂ ଠିକା କାମ ଦାବି କରି ଉକ୍ତ ଶ୍ରମିକ ସଂଗଠନର କର୍ମକର୍ତାମାନେ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ କମ୍ପାନୀର ମ୍ୟାନେଜର ଅମିତ କୁମାର ମହାନ୍ତି ସେମାନଙ୍କୁ ନିଯୁକ୍ତି ତଥା ଠିକା କାମ ଦେବାକୁ ମନା କରିବୋରୁ ଉକ୍ତ ଲୋକମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ମହାନ୍ତିଙ୍କୁ ଆକ୍ରମଣ କରିଥିଲେ ।

ଏନେଇ ମହାନ୍ତି ଅଭୟଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଅଭିଯୋଗ ଅନୁସାରେ
ପୋଲିସ ଚଢାଉ କରି ବିପିନ ପରିଡ଼ା ଏବଂ ସୁରଜକାନ୍ତ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version