Site icon Odisha.com

ଚଡ଼କ ଯାତ୍ରା ଲାଠିମାଡ଼ ଘଟଣାର ତଦନ୍ତ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଶିବ ମନ୍ଦିରରେ ଚଡ଼କ ଯାତ୍ରା ସମୟରେ ହୋଇଥିବା ସଂଘର୍ଷ ଓ ଲାଠିମାଡ଼ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ସରକାର ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାଂଚଳ ଆର୍ଡ଼ିସି ଘଟଣାର ତଦନ୍ତ କରି ୬୦ଦିନ ମଧ୍ୟରେ ରିପୋର୍ଟ ବୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ଯାତ୍ରା ଅବସରରେ ପୋଖରୀରୁ ଭକ୍ତମାନେ ସ୍ନାନକରି ମନ୍ଦିରକୁ ଆସିବା ବେଳେ ଚନ୍ଦନ
ଲେପନ କରିବା ସମୟରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଫଳରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଲୋକଙ୍କ ଉପରେ ଲାଠି ମାଡ଼
କରିଥିଲା । ଲାଠି ମାଡ଼ରେ ମହିଳା, ଛୋଟ ପିଲା, ବୟସ୍କ ଲୋକ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ
ଶତାଧିକ ଲୋକ ଆହତ ହୋଇଥିଲେ ।

ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଲୋକମାନେ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ସହ
ପୋଲିସ ଭ୍ୟାନରେ ନିଅାଁ ଲଗାଇ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version