Site icon Odisha.com

“ଇମାଜିନେସନ୍ସ ଇନ୍ ସ୍ୟାଣ୍ଡ୍”ପ୍ରଦର୍ଶନୀ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) ଲଳିତକଳା ଏକାଡ଼େମୀ ଠାରେ ପ୍ରଥମ ଥର ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରାବିିଭିନ୍ନ ସ୍ଥାନରେ କରାଯାଇଥିବା କଳାକୃତି ନେଇ “ଇମାଜିନେସନ୍ସ ଇନ୍ ସ୍ୟାଣ୍ଡ୍”ନାମରେ ଚାରିିଦିନିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି ।

୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଉଦଘାଟନ କରି ବିଭିନ୍ନ ଚିତ୍ର ଗୁଡ଼ିକୁ ବୁଲି ଦେଖିଥିଲେ ।

ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ୧୦୦ରୁ ଉଦ୍ଧ୍ୱର୍ ପ୍ରସିଦ୍ଧ ବାଲୁକାକୃତି ଗୁଡ଼ିକର ଫଟୋଚିତ୍ର କାନ୍ଭାସ୍ରେ ପ୍ରଦର୍ଶୀତ ହୋଇଛି । ସେଥିମଧ୍ୟରୁ ପ୍ରାୟ ୨୦ଟି ଚିତ୍ରକୁ ବାଲି ସାହାଯ୍ୟରେ ବିଭିନ୍ନ ରଂଗ ଓ ତୂଳୀର ସାହଯ୍ୟରେ ବିଭିନ୍ନ ସୂକ୍ଷ୍ମ କଳାକୃତି ମାଧ୍ୟମରେ କାନ୍ଭାସ୍ରେ ଅଙ୍କାଯାଇଛି ।

ଏହାଦ୍ୱାରାଗୋଟିଏ ସ୍ଥାନରେ ଲୋକମାନେ ସମସ୍ତ ବାଲୁକା କଳାକୃତି ଗୁଡିକୁ ଦେଖିପାରିବେ ବୋଲି ସୁଦର୍ଶନ କହିଛନ୍ତି । ସକାଳ ୧୧.୩୦ରୁ ସଂଧ୍ୟା ୭.୩୦ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହା ଖୋଲା ରହିବ ।

ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ
ତଥାଗତ ଶତପଥୀ, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରିୟମ୍ବଦା ମହାନ୍ତି ହେଜ୍ମାି ପ୍ରମୁଖ
ଉପସ୍ଥିତ ଥିଲେ ।

ସୁଦର୍ଶନ ୫୦ରୁ ଉଦ୍ଧ୍ୱର୍ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ବିଭିନ୍ନ ପୁରସ୍କାର ଜିତିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version