• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭଦ୍ରକ: ଛାତ୍ରଛାତ୍ରୀଙ୍କ ବିପଦସଂକୁଳ ସ୍କୁଲ ଯାତ୍ରା

April 14, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ସ୍କୁଲଯାତ୍ରା ପାଇଁ ଅତୀତରେ ବହୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହାର ଉଲଂଘନ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ସେମାନଙ୍କୁ ସ୍କୁଲ ନେବା ଆଣିବା କରାଯାଉଛି ।

ଗତବର୍ଷ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୋମଳମତୀ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନ୍ୟାୟାଳୟର ନିର୍ଦ୍ଦେଶନାମା ଆଧାରରେ ‘ରୋଡ଼ ସେଫ୍ଟି ଫୋରମ’ ପକ୍ଷରୁ ମାସାଧିକକାଳ ବିଭିନ୍ନ ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ କେତେକ ନିୟମ ପାଳନ ପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା ।

ପରାମର୍ଶର ସାମାନ୍ୟତମ ପ୍ରଭାବ ଜିଲ୍ଲାର ବିଭିନ୍ନ ଇଂରାଜୀ ମାଧ୍ୟମ ସ୍କୁଲ କର୍ତୃପକ୍ଷଙ୍କ ଉପରେ ପଡ଼ିନଥିବା ପରିଲକ୍ଷିତ ହୋଇଛି ।

କେବଳ ସ୍କୁଲ କର୍ତୃପକ୍ଷ ନିଜ ଅନୁଷ୍ଠାନର ବସ ଗୁଡ଼ିକୁ କେବଳ କଳା ଓ ହଳଦିଆ ରଙ୍ଗରେ ସଜାଇ ଝରକା ମାନଙ୍କରେ ତାରଜାଲି ଲଗାଇ ନିଜର କର୍ତବ୍ୟ ସଂପାଦନ କରିଦେଇଛନ୍ତି ।

ନିର୍ଦ୍ଧାରିତ ସିଟ୍ ଠାରୁ ଅଧିକ ଛାତ୍ରଛାତ୍ରୀ ନ ନେବା, ସିଟ୍ ବେଲ୍ଟକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିବା, ପ୍ରତି ସ୍କୁଲ ବସ୍ ର ଆଗରେ ଓ ପଛରେ ଅକ୍ଷରରେ ସ୍କୁଲ ବସ୍ ଲେଖାଯିବା ଇତ୍ୟାଦି ନିର୍ଦ୍ଦେଶନାମା ରହିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ ।

ପ୍ରତି ବସ୍ ରେ ଫାଷ୍ଟଏଡ଼୍ ବ୍ୟବସ୍ଥା ରଖିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ସତ୍ୱେ ଜିଲ୍ଲାରେ ଅଧିକାଂଶ ସ୍କୁଲ କର୍ତୃପକ୍ଷ ଏହାକୁ ମାନୁନଥିବାରୁ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବହୁ ଅବିଭାବକ ଏସଂପର୍କରେ ସ୍କୁଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ମଧ୍ୟ ନିଜ ପିଲା ସଂପୃକ୍ତ ସ୍କୁଲରେ ପଢ଼ୁଥିବା ତଥା କୌଣସି ବ୍ୟକ୍ତିଗତ ଆକ୍ରୋଶର ଶିକାର ନହେବା ପାଇଁ ସେମାନେ ନୀରବ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଜଣେ ଅବିଭାବକ କହିଛନ୍ତି ।

ଗତ ବର୍ଷ ଜାନୁଆରୀ ୧୨ତାରିଖ ସୁଦ୍ଧା ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହାକୁ ଅଧିକାଂଶ ସ୍କୁଲରେ ପାଳନ କରାଯାଇ ନାହିଁ ।

ଏହା ବ୍ୟତୀତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ବହୁ ରିକ୍ସା, ଅଟୋ ରିକ୍ସା ଓ ଟ୍ରଲିରେ ଅତ୍ୟନ୍ତ ବିପଦଜନକ ଭାବେ ସ୍କୁଲ ଯାଉଛନ୍ତି । ତେଣୁ ଜିଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ଅଧିକାରୀ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ବିଦ୍ୟାଳୟ, ଭଦ୍ରକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version