Site icon Odisha.com

ଗଣବଳାତ୍କାର ଅଭିଯୋଗରେ ୯ ସ୍କୁଲ ଛାତ୍ର ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଶନିବାର ରାଉରକେଲା ନିକଟସ୍ଥ ଏକ ହାଇସ୍କୁଲର ନଅ ଜଣ ଛାତ୍ରଙ୍କୁ ଗିରଫ କରିଛି ।

ଶୁକ୍ରବାର ସଂଧ୍ୟାରେ ଦଶମ ଶ୍ରେଣୀର ସଂପୃକ୍ତ ଛାତ୍ରୀ ଏବଂ ଅନ୍ୟ ଦୁଇ ଜଣ ସ୍କୁଲରୁ ଘରକୁ ଫେରୁଥିବା ବେଳେ ବିଶ୍ରା ଅର୍ନ୍ତଗତ ଉକ୍ତ ସ୍କୁଲର ଏହି ଛାତ୍ରମାନେ ତାଙ୍କୁ ଅଟକାଇଥିଲେ ।

ଅନ୍ୟ ଦୁଇ ଛାତ୍ରୀ ସେଠାରୁ ପଳାଇବାକୁ ସକ୍ଷମ ହୋଇଥିବା ବେଳେ ସଂପୃକ୍ତ ଛାତ୍ରୀଙ୍କୁ ସେମାନେ
ନିକଟସ୍ଥ ଜଙ୍ଗଲକୁ ନେଇ ଗଣବଳାତ୍କାର କରିଥିବା ପୋଲିସ କହିଛି ।

ଛାତ୍ରୀ ଜଣକ ଘଟଣା ସଂପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ
ଶନିବାର ଥାନାରେ ମାମଲା ରୁଜୁ କରିଛନ୍ତି ।

ଗିରଫ ଛାତ୍ରମାନେ ସମସ୍ତେ ଦଶମ ଶ୍ରେଣୀର । ନାବାଳକ ହୋଇଥିବାରୁ ଗିରଫ ପରେ ସେମାନଙ୍କୁ
କୋର୍ଟରେ ହାଜର କରାଯାଇ ବାଳାଶ୍ରମକୁ ପଠାଇ ଦିଆଯାଇଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version