Site icon Odisha.com

ଗେ।ଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଚାଉଳ ନଷ୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲା ହୀରାକୁ ସ୍ଥିତ ଏଫ୍ସିଆଇ
ଗେ।ଦାମରେ ଶନିବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଚାଉଳ ନଷ୍ଟ ହୋଇଥିବା ପୋଲିସ କହିଛି ।

ଶନିବାର ଛୁଟି ଯୋଗୁଁ ଗେ।ଦାମ ବନ୍ଦ ଥିଲା । ସକାଳେ ଗେ।ଦାମରେ ନିଆଁ ଲାଗିଥିବା ଦେଖି ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ପୋଲିସକୁ ଖବର ଦେଇଥିଲେ । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

ଗେ।ଦାମର ତିନି ଶହ ବସ୍ତା ଚାଉଳ ଓ ଗହମ ପୋଡ଼ି ଯାଇଥିବା ଅନୁମାନ କରାଯାଉଥିବା ବେଳେ କ୍ଷୟକ୍ଷତି ସଂପର୍କରେ ଏଫ୍ସିଆଇ କର୍ତୃପକ୍ଷ କୌଣସି ତଥ୍ୟ ପ୍ରଦାନ କରିନଥିବା ପୋଲିସ କହିଛି ।

ତେବେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version