Site icon Odisha.com

୨୦୯୫ଟି କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ପ୍ରଶ୍ନପତ୍ର ଚୋରି ପରେ ବାତିଲ ହୋଇଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ୨୦୯୫ କେନ୍ଦ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଏହା ଚାଲିବ ।
ଚଳିତ ବର୍ଷ ମୋଟ୍ ୪ ଲକ୍ଷ ୫୬ ହଜାର ୮୭୫ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

କପି ରୋକିବା ପାଇଁ ପରିଷଦ ପକ୍ଷରୁ ୧୨୨ଟି ସ୍କ୍ୱାଡ଼ ଗଠନ କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ କଟକର ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ଆଂଚଳିକ କାର୍ଯ୍ୟାଳୟରେ ୨୪ ଘଂଟିଆ ରୁମ୍ ଖୋଲାଯାଇଛି ।

ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ପ୍ରମାଣ ମିଳିଲେ ସଂପୃକ୍ତ କେନ୍ଦ୍ରର ଅଧୀକ୍ଷକଙ୍କ ବିରୋଧରେ ଦୃଢ଼
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଗତ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ଏବଂ ୨୦
ତାରିଖ ରାତିରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ସ୍ଥିତ ଭଗବତୀ ଉଚ୍ଚ ବ୍ୟିାଳୟରୁ ସାତଟି ବିଷୟର ପ୍ରଶ୍ନପତ୍ର ଚୋରି ହୋଇଯାଇଥିଲା ।

ଏହି ଘଟଣା ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇ ଅପ୍ରେଲ ୧୭ରେ ପୁଣି ପରୀକ୍ଷା କରିବାକୁ ନିଷ୍ପତି ନିଆଯାଇଥିଲା ।

ପ୍ରଶ୍ନପତ୍ର କିଭଳି ସୁରକ୍ଷିତ ଅବସ୍ଥାରେ ରହିବ ସେଥିପାଇଁ ପରିଷଦ ପକ୍ଷରୁ ୨୩୦ଟି ନୋଡାଲ ସେଂଟର ଗଠନ କରାଯାଇଛି । ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ରହିବ ।

ଓଡ଼ିଶା ଡ଼ଟ୍ କମ୍୨୦୯୫ଟି କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ପ୍ରଶ୍ନପତ୍ର ଚୋରି ପରେ ବାତିଲ ହୋଇଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ୨୦୯୫ କେନ୍ଦ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଏହା ଚାଲିବ ।
ଚଳିତ ବର୍ଷ ମୋଟ୍ ୪ ଲକ୍ଷ ୫୬ ହଜାର ୮୭୫ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

କପି ରୋକିବା ପାଇଁ ପରିଷଦ ପକ୍ଷରୁ ୧୨୨ଟି ସ୍କ୍ୱାଡ଼ ଗଠନ କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ କଟକର ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ଆଂଚଳିକ କାର୍ଯ୍ୟାଳୟରେ ୨୪ ଘଂଟିଆ ରୁମ୍ ଖୋଲାଯାଇଛି ।

ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ପ୍ରମାଣ ମିଳିଲେ ସଂପୃକ୍ତ କେନ୍ଦ୍ରର ଅଧୀକ୍ଷକଙ୍କ ବିରୋଧରେ ଦୃଢ଼
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଗତ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ଏବଂ ୨୦
ତାରିଖ ରାତିରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ସ୍ଥିତ ଭଗବତୀ ଉଚ୍ଚ ବିଦ୍ୟାଳୟରୁ ସାତଟି ବିଷୟର ପ୍ରଶ୍ନପତ୍ର ଚୋରି ହୋଇଯାଇଥିଲା ।

ଏହି ଘଟଣା ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇ ଅପ୍ରେଲ ୧୭ରେ ପୁଣି ପରୀକ୍ଷା କରିବାକୁ ନିଷ୍ପତି ନିଆଯାଇଥିଲା ।

ପ୍ରଶ୍ନପତ୍ର କିଭଳି ସୁରକ୍ଷିତ ଅବସ୍ଥାରେ ରହିବ ସେଥିପାଇଁ ପରିଷଦ ପକ୍ଷରୁ ୨୩୦ଟି ନୋଡାଲ ସେଂଟର ଗଠନ କରାଯାଇଛି । ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ରହିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version