• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଥମେ ବିଧାୟକଙ୍କୁ ଛାଡ଼, ପରେ ମାମଲା ପ୍ରତ୍ୟାହାର

April 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ଅପହୃତ ବିଧାୟକଙ୍କୁ ପ୍ରଥମେ ମୁକ୍ତ କରନ୍ତୁ ଓ ପରେ ସେମାନଙ୍କ ଦାବି ମୁତାବକ ବନ୍ଦୀଙ୍କ ନାଁରେ ଥିବା ମାମଲା ପ୍ରତ୍ୟହାର ପାଇଁ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସରକାର ମାଓବାଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଯଦି ୧୮ ତାରିଖ ବୁଧବାର ସଂଧ୍ୟା ୫ଟା ସୁଦ୍ଧା ବିଧାୟକଙ୍କୁ ମୁକ୍ତ କରାଯାଏ ତେବେ ସରକାର ବନ୍ଦୀ ମାନଙ୍କ ମାମଲା ପ୍ରତ୍ୟାହାର ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସରକାରଙ୍କ ମଧ୍ୟସ୍ଥି ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି ।

୨୫ ଜଣଙ୍କୁ ମୁକ୍ତ କରିବା ପାଇଁ ସହାୟତ ପ୍ରଦାନ କରିବାକୁ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ବୋଲି ସେ କହିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ଦ୍ୱାରାଉପସ୍ଥାପନ କରାଯାଇଥିବା ଦାବି ମଧ୍ୟରେ ଥିବା ଦୁଇ ଜଣ ବନ୍ଦୀ ଇତିମଧ୍ୟରେ କୋର୍ଟରୁ ଜାମିନ ପାଇଛନ୍ତି । ତେଣୁ ଘୋଷଣା ଅନୁଯାୟୀ ସମସ୍ତ ବନ୍ଦୀଙ୍କ ଜାମିନ ପାଇଁ ପଦକ୍ଷେପ ନିଆଯିବ, ସେ କହିଛନ୍ତି ।

ତେବେ ସରକାର ବନ୍ଦୀ ମାନଙ୍କ ମୁକ୍ତି ନେଇ କଣ ପଦକ୍ଷେପ ନେବେ ସେ ସଂପର୍କରେ ଗଣମାଧ୍ୟମ ଜରିଆରେ ନିର୍ଦ୍ଧିଷ୍ଟ ସୂଚନା ଦେବା ଉଚିତ୍ ବୋଲି ଆଜି ସକାଳେ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଦସ୍ୟା ମାଓନେତ୍ରୀ ଅରୁଣା ଏକ ଅଡ଼ିଓ ଟେପ୍ ରେ ଜଣାଇଛନ୍ତି ।

ଯଦି ଆମେ ସରକାରଙ୍କ ଠାରୁ ନିର୍ଦ୍ଧିଷ୍ଟ ପ୍ରତିଶୃତି ପାଇବୁ ତେବେ ବୁଧବାର ସଂଧ୍ୟା ୫ଟାରେ ବିଧାୟକ ମୁକ୍ତ ହେବେ, ସେ କହିଛନ୍ତି । ନହେଲେ ପରବର୍ତୀ ପଦକ୍ଷେପ ପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି ।

ସରକାର ବନ୍ଦୀ ମାନଙ୍କୁ ଜାମିନ ଆବେଦନ କରିବା ପାଇଁ କହିବା ଅପେକ୍ଷା ନିଜେ ଏଥିପାଇଁ ପଦକ୍ଷେପ ନେବା ଉଚିତ୍ ।

ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ, ସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version